Categories: ଖେଳ

ଅତ୍ୟଧିକ ଗରମ କାରଣରୁ ବଦଳିଲା ଅଲିମ୍ପିକ୍ସ ଟାଇମିଂ

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସର ଟେନିସ ଇଭେଣ୍ଟ ଗୁରୁବାରଠାରୁ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଅତ୍ୟଧିକ ଖରା ଓ ଗୁଳୁଗୁଳି ଯୋଗୁ ଇଭେଣ୍ଟର ଟାଇମିଂରେ ପରିବର୍ତ୍ତନ କରିବାକୁ କିଛି ଖେଳାଳି ନିବେଦନ କରିଥିଲେ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଟାଇମିଂରେ ପରିବର୍ତ୍ତନ କରିଛି।

ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ଖେଳାଳି ଡାନିଏଲ ମେଡଭେଡେଭ ବୁଧବାର ଅମ୍ପାୟରଙ୍କୁ କହିଥିଲେ, ଏଭଳି ଗରମ ପରିବେଶରେ ମୁଁ ମ୍ୟାଚ୍‌ ଶେଷ କରିପାରିବି। କିନ୍ତୁ ଯଦି ମୋର ମୃତ୍ୟୁ ହୁଏ, ତେବେ ସେଥି ପାଇଁ ଦାୟୀ କିଏ ରହିବ।

ବୁଧବାର ପର୍ଯ୍ୟନ୍ତ ଟେନିସ ମ୍ୟାଚ୍‌ଗୁଡ଼ିକ ଅପରାହ୍ନ ୧୧ଟାରୁ ଆରମ୍ଭ ହେଉଥିଲା। ଏଥି ଯୋଗୁ କିଛି ଖେଳାଳି ମ୍ୟାଚ୍‌ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଶୀର୍ଷ ର଼୍ୟାଙ୍କଧାରୀ ଜୋକୋଭିଚ୍‌ ଓ ମେଡଭେଡେଭଙ୍କ ଅସନ୍ତୋଷ ପ୍ରକାଶ କରିବା ପରେ ଆୟୋଜକମାନେ ମ୍ୟାଚ୍‌ର ଟାଇମିଂରେ ପରିବର୍ତ୍ତନ କରିଥିଲେ।

Share