ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ ବେଶ୍‌ ଉତ୍ସାହର ସହ ଚାହିଁଛନ୍ତି। ସବୁଠୁ ଚର୍ଚ୍ଚାରେ ଥିଲା ପଶ୍ଚିବମଙ୍ଗ ନିର୍ବାଚନ। କାରଣ ଏଠାରେ ଦୁଇ ପ୍ରମୁଖ ଦଳ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ବର୍ତ୍ତମାନ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛନ୍ତି। ଟିମ୍‌ଏମ୍‌ସି ୨୧୩ ସିଟ୍‌ରେ ବିଜୟ ଲାଭ କରିଛି। ଏହି ବିଜୟରେ ତୃଣମୂଳ କଂଗ୍ରେସର ନେତା ଏବଂ କର୍ମୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟିଏମ୍‌ସି ଏମ୍‌ପି ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜହାଁ ଟୁଇଟ୍‌ କରି ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ଜିତିଗଲେ, ଖେଳ ହେଲା। ତାଙ୍କର ଏହି ଟୁଇଟ୍‌ ଏବେ ଖୁବ୍‌ ଭାଇରାଲ ହେଉଛି।

ନୁସରତ ୨ ତାରିଖରେ ଏହି ଟୁଇଟ୍‌ କରିଥିବା ବେଳେ ୩ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଦ୍ରୁତ ବେଗରେ ଭାଇରାଲ ହେଉଛି। ଏହି ଟୁଇଟ୍‌କୁ ବର୍ତ୍ତମାନ ସୁଦ୍ଧା ୧୧୦୦୦ରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୨୯୧ ଜଣ ରିଟୁଇଟ୍‌ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା। ଆଉ ଜଣେ ୟୁଜର ଲେଖିଛନ୍ତି, ଜୟ ବଙ୍ଗଳା, ଖେଳ ହେବ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମହାନ ବିଜୟ।

Share