Categories: ଫୁରସତ

ଏମିତି ରେଳଷ୍ଟେଶନ, ଯାହାର ନାଁ ଶୁଣିଲେ ହସିହସି ଗଡ଼ିବେ

ଭାରତୀୟ ରେଳବାଇ ଦ୍ୱାରା ଏକ ଷ୍ଟେଶନରୁ ଅନ୍ୟ ଷ୍ଟେଶନକୁ ପ୍ରତିଦିନ ଅନେକ ଯାତ୍ରୀ ଯିବାଆସିବା କରିଥାନ୍ତି। ଭାରତରେ ଲକ୍ଷଲକ୍ଷ ରେଳ ଷ୍ଟେଶନ ରହିଛି, ଯାହାର ନାମ ମଧ୍ୟ ଭିନ୍ନ ଭିନ୍ନ। ଭାରତର ଏହି ଷ୍ଟେଶନଗୁଡ଼ିକ ମଧ୍ୟରୁ ଅନେକ ଅଦ୍ଭୁତ ନାମ ରହିଛି। ଯାହା ଶୁଣିଲେ ନ ହସି ରହିପାରିବେନି। ଜାଣନ୍ତୁ ଏପରି ଷ୍ଟେଶନ ବିଷୟରେ…

ବାପା :
ଏହି ଷ୍ଟେଶନର ନାମ ଶୁଣିଲେ ଲାଗିବ ଏହା ବୋଧେ ସବୁଠୁ ବଡ଼ ଷ୍ଟେଶନ ହୋଇଥିବ। ମାତ୍ର ଏହା ଏକ ଛୋଟ ଷ୍ଟେଶନ। ଏହି ଷ୍ଟେଶନ ରାଜସ୍ଥାନର ଯୋଧପୁରରେ ପଡ଼େ।

ଶାଳୀ:
ଏହି ଷ୍ଟେଶନଟି ରାଜସ୍ଥାନର ଯୋଧପୁର ଜିଲାରେ ପଡ଼େ। ଏହା ଆଜମେରଠାରୁ ପ୍ରାୟ ୫୩ କିଲୋମିଟର ଦୂରରେ ଅବସ୍ଥିତ। ଏହା ଉତ୍ତର-ପଶ୍ଚିମ ରେଳପଥରେ ପଡ଼େ।

କାଲା ବକରା:
ଏହି ରେଳ ଷ୍ଟେଶନ ପଞ୍ଜାବର ଜଳନ୍ଧର ଜିଲାରେ ଅବସ୍ଥିତ। ଏହି ସ୍ଥାନ ଗୁରୁବଚନ ସିଂ ନାମକ ଜଣେ ସୈନିକ ପାଇଁ ଜଣାଶୁଣା। ବ୍ରିଟିଶ ଶାସନ ସମୟରେ ଗୁରୁବଚନ ସିଂଙ୍କୁ ବ୍ରିଟିଶମାନେ ସମ୍ମାନିତ କରିଥିଲେ।

ଦିବାନା:
ଏହି ରେଳ ଷ୍ଟେଶନ ହରିୟାଣାର ପାନିପତରେ ଅବସ୍ଥିତ। ଏହି ଷ୍ଟେଶନର ନାମ ଶୁଣି ଲୋକେ ବି ଦିବାନା ବା ପାଗଳ ହୁଅନ୍ତି।

ବିଲି ଜଙ୍କ୍‌ସନ:
ବିଲି ଜଙ୍କ୍‌ସନ ବା ବିଲେଇ ଜଙ୍କ୍‌ସନ ଉତ୍ତରପ୍ରଦେଶର ସୋନଭଦ୍ର ଜିଲାରେ ଅବସ୍ଥିତ। ଏହା ସହିତ ଏହା ଏକ ଛୋଟ ଗାଁ ମଧ୍ୟ।

Share