Posted inଫୁରସତ

କଥା ମାଇକ୍ରୋଓ୍ବେଭ୍‌ର

୧୯୪୬ ମସିହାରେ ପର୍ସି ସ୍ପେନ୍ସର ନାମକ ଆମେରିକୀୟ ବୈଜ୍ଞାନିକ ନିଜ ରାଡାର ସେଟ୍‌ରେ କାମ କରୁଥାନ୍ତି। ଆଉ ତାଙ୍କୁ ଭୋକ ଲାଗିଲା। ତାଙ୍କର ମନେ ପଡିଲା ପକେଟ୍‌ରେ ଏକ ଚକୋଲେଟ୍‌ ବାର୍‌ ଥିଲା। ଚକୋଲେଟ୍‌କୁ ଆଣିବା ଲାଗି ପକେଟ୍‌ରେ ହାତ ପୂରାଇ ଦେଖିଲେ ତାହା ପୂରା ତରଳି ଯାଇଥିଲା। ସେ ଆଶ୍ଚର୍ଯ୍ୟ ହୋଇଗଲେ। ଆଶ୍ଚର୍ଯ୍ୟର କାରଣ ଏଇୟା ଥିଲା ଯେ, ସେ ଥିବା କୋଠରି ଗରମ ନ ଥିଲା। ତେବେ ତାହା ତରଳିଲା କେମିତି। ସ୍ପେନ୍ସର ବ୍ରିଟିଶ ସେନାର ରାଡାର ସେଟ୍‌ରେ କାମ କରୁଥିଲେ। ଆଉ ପାଖରେ ଥିଲା ମାଗ୍ନେଟ୍ରୋନ, ଯାହାର ପାଓ୍ବାର ରାଡାରକୁ ଚଲାଉଥିଲା। ସ୍ପେନ୍ସରଙ୍କ ସନ୍ଦେହ ହେଲା ମାଗ୍ନେଟ୍ରୋନର ଶକ୍ତିଶାଳୀ ସୂକ୍ଷ୍ମ କଣିକା ଲାଗି ଚକୋଲେଟ ତରଳିଲା। ତେବେ ତାହା ସତ ନା ମିଛ ଜାଣିବା ଲାଗି ସେ ମକା ଦାନାକୁ ମାଗ୍ନେଟ୍ରୋନ୍‌ ପାଖରେ ରଖିଲେ। ଅଳ୍ପ ସମୟ ଭିତରେ ମକାଦାନା ଫୁଟି ପପକର୍ନ ହୋଇଗଲା। ତା’ପରଦିନ ସେ ଏକ ଚା’ କେଟଲୀରେ ପାଣି ଭର୍ତ୍ତି କରି ସେଇ ସୂକ୍ଷ୍ମ କଣିକା ବା ମାଇକ୍ରୋଓ୍ବେଭରେ ଗରମ କଲେ। ଏହାପରେ କେଟଲୀରେ କିଛି ଅଣ୍ଡା ବି ରଖିଲେ। ଅଣ୍ଡା ଗରମ ହେଇ ସିଝିବା ସହ ଏକ ଅଣ୍ଡା ଫାଟି ଖୁବ୍‌ ଜୋର ଶବ୍ଦ ବି ହେଲା। ଏମିତି କି ତା’ର କିଛି ଅଂଶ ଛିଟ୍‌କି ପାଖରେ ଠିଆ ହେଇଥିବା ଜଣେ ସହଯୋଗୀଙ୍କ ମୁହଁରେ ଯାଇ ପଡିଲା। ଏହାପରେ ସ୍ପେନ୍ସରଙ୍କୁ ବିଶ୍ୱାସ ହୋଇଗଲା କି ସୂକ୍ଷ୍ମ ତରଙ୍ଗ ବା ମାଇକ୍ରୋଓ୍ବେଭରେ ଖାଦ୍ୟ ବେଶ୍‌ ଆରାମରେ ରୋଷେଇ ହୋଇପାରିବ। ଏହାପରେ ସ୍ପେନ୍ସର ଅଧ୍ୟୟନ ଜାରି ରଖିଲେ। ଆଉ ଜାଣିବାକୁ ପାଇଲେ ଯେ, ଖାଦ୍ୟରେ ମହଜୁଦ ଜଳଅଣୁକୁ ମାଇକ୍ରୋଓ୍ବେଭ ତୀବ୍ର ଗତିରେ ହଲାଇଥାଏ। ଏହି ହଲିବା ଦ୍ୱାରା ଉତ୍ତାପ ଶକ୍ତି ଉତ୍ପନ୍ନ ହୁଏ। ଏହି ଉତ୍ତାପ ସମ୍ପୂର୍ଣ୍ଣ ଖାଦ୍ୟକୁ ବ୍ୟାପି ଥାଏ। ତେବେ କଞ୍ଚା ଅଣ୍ଡା ଫାଟିଯାଏ କାରଣ ତା’ ମଧ୍ୟସ୍ଥ ପାଣି ବାମ୍ଫ ହୋଇ ଚାପ ପକାଏ। ହେଲେ ଶୁଖିଲା ଜିନିଷ ଉପରେ ମାଇକ୍ରୋଓ୍ବେଭର କୌଣସି ପ୍ରଭାବ ପଡ଼ି ନ ଥାଏ। ପରେ ସେ ଧାତୁର ବାକ୍ସ ସହ ହାଇ ଡେନ୍‌ସିଟି ଇଲେକ୍ଟ୍ରୋମାଗନେଟିକ୍‌ ଫିଲ୍ଡ ଜେନେରେଟର୍‌ ଯୋଡି ପ୍ରଥମ ମାଇକ୍ରୋଓ୍ବେଭ ଓଭନ ତିଆରି କରିଥିଲେ। ଅକ୍ଟୋବର ୮, ୧୯୪୫ରେ ଏହି ମାଇକ୍ରୋଓ୍ବେଭ୍‌କୁ ସେ ପେଟେଣ୍ଟ କରିଥିଲେ। ୧୯୪୭ରେ ତିଆରି ପ୍ରଥମ ମାଇକ୍ରୋଓ୍ବେଭ ଓଭନ ୬ ଫୁଟ ଉଚ୍ଚତା ଥିଲା ଓ ଓଜନ ୩୪୦ କିଲୋଗ୍ରାମ ଥିଲା। ଏହାର ଦାମ ୩୦୦୦ ଡଲାର ଥିଲା। ଏହାର ବଡ ଆକାର ପାଇଁ ଏହାକୁ କେବଳ ହୋଟେଲ, ରେଷ୍ଟୁରାଣ୍ଟ ଓ ରେଳ କ୍ୟାଟରିଙ୍ଗ୍‌ରେ ବ୍ୟବହାର ହେଉଥିଲା। ପ୍ରଥମ ମାଇକ୍ରୋଓ୍ବେଭର ଦୁଇ ଦଶକ ପରେ ଏଥିରେ ଅନେକ ସୁଧାର ଅଣାଯାଇଥିଲା। ଏହାର ମାଗ୍ନେଟ୍ରୋନର ଆକାର ଛୋଟ କରାଗଲା। ଏହାକୁ ଆହୁରି ସରଳ କରାଗଲା। ଆଉ ଓଭନ ପଛପଟେ ଲଗାଗଲା। ପାଇପ୍‌ରେ ମାଇକ୍ରୋଓ୍ବେଭ(ସୂକ୍ଷ୍ମ ତରଙ୍ଗ) ଆସି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ପହଞ୍ଚିଲା। ଫଳରେ ଏବେ ମାଇକ୍ରୋଓ୍ବେଭ ଓଭନ ଟିଭି ପରି ଛୋଟ ଆକାରରେ ଉପଲବ୍ଧ ହେଲା। ଏବେ ରୋଷେଇରେ ଏହା ମହିଳାଙ୍କୁ ଅନେକ ସାହାଯ୍ୟ କରୁଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ବୈଜ୍ଞାନିକ ସ୍ପେନ୍ସର ସ୍କୁଲ ଶିକ୍ଷା ପୂର୍ଣ୍ଣ କରି ନ ଥିଲେ। ହେଲେ ସେ ରେଥିଓନ୍‌ ସଂସ୍ଥାରେ ଲଗାତାର ଗବେଷଣା କରି ୩୯ ବର୍ଷରେ ୧୨୦ଟି ପେଟେଣ୍ଟ ହାସଲ କରିଥିଲେ। ସେଥିମଧ୍ୟରେ ମାଇକ୍ରୋଓ୍ବେଭ ଦ୍ୱାରା ଖାଦ୍ୟ ପ୍ରସ୍ତୁତି ମେଶିନ୍‌ ଥିଲା ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri