Advertisement

୧୦ ବର୍ଷ ହେବ ସଫା ହେଉନି ନାଳ, ଗାଁରେ ପଶୁଛି ଡ୍ରେନ୍‌ ପାଣି

ନନ୍ଦାହାଣ୍ଡି,୯।୬(ଡି.ଏନ୍‌.ଏ.): ରାସ୍ତାରେ ଭାସୁଛି ଡ୍ରେନ୍‌ ପାଣି। ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡା ପଞ୍ଚାୟତ ସଦର ଗାଁରେ ଥିବା ଡ୍ରେନ୍‌ ୧୦ ବର୍ଷ ହେବ ସଫା ହେଉନାହିଁ। ନବରଙ୍ଗପୁରଠାରୁ ଇନ୍ଦ୍ରାବତୀ ଯିବା ମୁଖ୍ୟ ରାସ୍ତା ପାଶର୍‌ବରେ ପୋଡ଼ାଲଗୁଡ଼ାରେ ଥିବା ଡ୍ରେନ୍‌ ପୋତିହୋଇଯିବାରୁ ଏହାର ପାଣି ଗାଁ ଭିତରେ ପଶୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡ୍ରେନ୍‌ ନିକଟରେ ମାଆଙ୍କ ମନ୍ଦିର ରହିଛି। ମନ୍ଦିର ଆଗରେ ଡ୍ରେନ୍‌ ପାଣି ଭାସୁଥିବାରୁ ଶ୍ରଦ୍ଧାଳୁମାନେ ଏହାକୁ ନାପସନ୍ଦ କରିଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଅଧା କିଲୋମିଟର ଦୂରତାରେ ଡ୍ରେନ୍‌ର ଏଭଳି ଦୟନୀୟ ସ୍ଥିତି। ତୁରନ୍ତ ଡ୍ରେନ୍‌ ସଫା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel