୬ ବର୍ଷ ହେଲା ଅନ୍ଧାରରେ ଛାତ୍ରାବାସ

ରାଇଘର, ୧୦।୨(ଡି.ଏନ୍‌.ଏ.): ଦୀର୍ଘ ଛଅ ବର୍ଷ ହେଲା ଅନ୍ଧାରରେ ରହୁଛନ୍ତି ଛାତ୍ର। ସେମାନଙ୍କ ପାଖରେ ପହଞ୍ଚି ନାହିଁ ପାଣି, ବିଦ୍ୟୁତ୍‌। ଏଭଳି ସମସ୍ୟା ଦେଖିବାକୁ ମିଳିଛି ରାଇଘର ବ୍ଲକ ପାରୁଆ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟର ହଷ୍ଟେଲରେ।
ରାଇଘର ବ୍ଲକ ପାରୁଆ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୪୧୭ ଜଣ ପିଲାଙ୍କ ପାଠପଢ଼ା ପାଇଁ ବ୍ୟବସ୍ଥା ରହିଛି। ସ୍କୁଲଠାରୁ ଅଧକିଲୋମିଟର ଦୂରରେ ୧୪୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସ ରହିଛି। ୨୦୧୫ରେ ତତ୍କାଳୀନ ବିଧାୟକ ସୁବାସ ଗଣ୍ଡ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନକୁ ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଓ ପାଣି ସଂଯୋଗ କରାଯାଇପାରିଲା ନାହିଁ। ଛାତ୍ରମାନେ ନିତ୍ୟକର୍ମ ପାଇଁ ନିକଟସ୍ଥ ପୋଖରୀ ଉପରେ ନିର୍ଭର କରୁଛନ୍ତି। ପିଇବା ପାଣି ପାଇଁ ହଷ୍ଟେଲ ପରିସର ବାହାରେ ୨ଶହ ମିଟର ଦୂରରେ ଥିବା ନଳକୂପ ଉପରେ ନିର୍ଭର କରିଥାନ୍ତି। ରାତିରେ ପାଣି ଜରୁରୀ ହେଲେ ପିଲାଙ୍କୁ ହଷ୍ଟେଲ ବାହାରକୁ ଯିବାକୁ ପଡ଼ିଥାଏ। ଅନ୍ଧାରରେ ହିଂସ୍ରଜନ୍ତୁ ଓ ସାପ ଆଦିର ଭୟ ରହୁଛି ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ଦଶମଶ୍ରେଣୀର ୪୦ ଜଣ ଛାତ୍ର ଏଠାର ରହୁଛନ୍ତି। ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ବିଦ୍ୟୁତ୍‌ ନ ଥିବାରୁ ସନ୍ଧ୍ୟାରେ ପାଠପଢ଼ା ପାଇଁ ପିଲାମାନଙ୍କୁ ଲଣ୍ଠନ ଓ ଡିବିରି ଉପରେ ନିର୍ଭର କରିବାକୁ ପଡିଥାଏ। ଏ ସମ୍ପର୍କରେ ଲୋକ ପ୍ରତିନିଧି ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ କହିଛନ୍ତି। କରୋନା ପାଇଁ ଏବେ ସ୍କୁଲ ବନ୍ଦ ରହିଛି। ଆଗକୁ ସମସ୍ତ ଶ୍ରେଣୀ ଖୋଲିବ। ତାହା ପୂର୍ବରୁ ହଷ୍ଟେଲରେ ଥିବା ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ କହିଛନ୍ତି। ସରକାର ପିଲାଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ପାଇଁ ଅସୁବିଧା ହେଉଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ହଷ୍ଟେଲ ଦାୟିତ୍ୱରେ ଥିବା ଠିକାଦାର ପାନୀୟ ଜଳ ବ୍ୟବସ୍ଥା ଓ ବିଦ୍ୟୁତ୍‌ ସଂଯୋଗ କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା କଥା। କିନ୍ତୁ ଉଦ୍‌ଘାଟନ ସମୟରେ ଏଥିପ୍ରତି କେହି ଦୃଷ୍ଟି ଦେଇ ନ ଥିବାରୁ ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ରାଇଘର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅର୍ଜୁନ ନାୟକଙ୍କୁ ପଚାରିବାରୁ ହଷ୍ଟେଲରେ ଲାଗି ରହିଥିବା ଅବ୍ୟବସ୍ଥା ସମ୍ପର୍କରେ ଅବଗତ ଅଛି। ଆଇଟିଡିଏ ଅଧିକାରୀଙ୍କୁ ହଷ୍ଟେଲ ସମସ୍ୟା ସମ୍ପର୍କରେ ଜଣାଯାଇଛି। ଯଥା ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି। ବ୍ଲକ ଭାରପ୍ରାପ୍ତ ବିଡିଓ ବିଜୟ କୁମାର ସେଠୀଙ୍କୁ ପଚାରିବାରୁ, ସ୍କୁଲରେ ବିଦ୍ୟୁତ୍‌ ସଂଯୋଗ କାମ ପଞ୍ଚାୟତକୁ ଦିଆଯାଇଛି। ଜଲ୍‌ଦି ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ,୧୯ା୧୦(ଅଜିତ କୁମାର ମହାନ୍ତି):ଚଳିତ ମାସ ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର...

ବଲାଙ୍ଗୀରରେ ପୁଣି ଶିଶୁବଳି

ଲାଠୋର, ୧୯ା୧୦ (ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri