୫ ଦିନ ହେଲା ହନୁମାଙ୍କଡ଼ ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହାତ

ପୁରୁଷୋତ୍ତମପୁର,୧୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ଗ୍ରାମରେ ଗତ ୫ ଦିନ ହେଲା ଦୁଇଟି ହନୁମାଙ୍କଡ ଦୌରାତ୍ମ୍ୟ ଚଐାଇଛନ୍ତି। ଏପରିକି ୧୫ ରୁ ଊର୍ଦ୍ଧ୍ୱ ଜଣଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଛନ୍ତି।
ମାଙ୍କଡ଼ ଭୟରେ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତୁରନ୍ତ ଏଥିପ୍ରତି ବନବିଭାଗ ଓ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।

Share