ବାରିପଦା ଅଫିସ,୩୧ା୮- ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟରତ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା(ଆତ୍ମା)ର କର୍ମଚାରୀମାନେ ୫ମାସ ହେଲା ଦରମା ପାଇନାହାନ୍ତି। ଏ ନେଇ ମଙ୍ଗଳବାର ସେମାନେ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଏକ ଦାବିପତ୍ର କୃଷି ଓ ଖାଦ୍ୟ ଉପତ୍ାଦନ ନିର୍ଦ୍ଦେଶକ ଓଡ଼ିଶା ଏବଂ ମୟୂରଭଞ୍ଜ ଜିଲାପାଳଙ୍କ ନିକଟକୁ ପଠାଇଛନ୍ତି। ଜିଲାର ୨୬ଟି ବ୍ଲକରେ କାର୍ଯ୍ୟକରୁଥିବା ୮୭ ଜଣ ଓ ଜିଲା କାର୍ଯ୍ୟାଳୟରେ ଥିବା ଜଣେ କର୍ମଚାରୀ ଦରମା ନ ପାଇ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି। ଏହି କର୍ମଚାରୀମାନେ ସରକାରଙ୍କ କାଳିଆ, ବଳରାମ, ମୃର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ, ଚାଷୀ ପଞ୍ଜୀକରଣ, ଡିବିଟି, ପି.ଏମ.କିଷାନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଖାଦ୍ୟ ନିରାପତ୍ତା ମିଶନ, ପୂର୍ବ ଭାରତରେ ସବୁଜ ବିପ୍ଳବ, କୃଷକ ଓଡ଼ିଶା ଡାଟାବେସ ସହିତ ବିଭିନ୍ନ ଯୋଜାନାର କାର୍ଯ୍ୟ କରୁଛନ୍ତି।