୫ ବର୍ଷ ହେଲା ସରୁନି ଭିତରଗଡ଼ ପୋଲ

ଲକ୍ଷ୍ମୀପୁର,୨୦।୮(ସ୍ବ.ପ୍ର.): ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରି ବହୁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ସେଥିରୁ ଜନସାଧାରଣ ଉପକୃତ ହୋଇପାରୁନାହାନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ କାକିରିଗୁମା-ଦାମନଯୋଡିକୁ ସଂଯୋଗ କରୁଥିବା ଭିତରଗଡ ପୋଲ ଦୀର୍ଘଦିନ ହେଲା ନିର୍ମାଣାଧୀନ ଅବସ୍ଥାରେ ରହିଛି। ଏହି ପୋଲ ପାଇଁ ୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୫ ବର୍ଷ ହେଲା କାମ ସରୁ ନ ଥିବାରୁ ଅଧପନ୍ତରିଆ ଅବସ୍ଥାରେ ପଡିଛି। ବତ୍ତର୍ର୍ମାନ କୋରାପୁଟ-ରାୟଗଡାକୁ ସଂଯୋଗ କରୁଥିବା ୩୨୬ ରାଜପଥର ବଙ୍ଗଳାଗୁଡା ପୋଲ ଭୁଶୁଡିଯାଇଥିବାରୁ କୋରାପୁଟଠାରୁ ଦମନଯୋଡି ଦେଇ ରାୟଗଡା ଯିବାକୁ ଏହି ରାସ୍ତା ଉପରେ ନିର୍ଭର କରି ଗାଡିମୋଟର ଚଳାଚଳ କରୁଛି। ପ୍ରତ୍ୟେହ ଏହି ରାସ୍ତାରେ ସ୍ଥାନୀୟ ଅଞ୍ଚଳର ଲୋକେ, ଛାତ୍ରୀଛାତ୍ର ଏବଂ ଆମ୍ବୁଲାନ୍ସ ଯାତାୟାତ କରୁଛି। ଟିକେ ବର୍ଷା ହେଲେ ଏଠାରେ ଥିବା ପୁରୁଣା ପୋଲ ଉପରେ ପାଣି ଭର୍ତ୍ତି ହୋଇଯାଉଛି। ଫଳରେ ପାଣି ଛାଡିବାଯାଏ ଗାଡିମୋଟର ଅଟକି ରହୁଛି। ଏନେଇ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି। ଶୀଘ୍ର ଏହି ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ସାଧାରଣରେ ଦାବି ହେଉଛି।

Share