ମାଲକାନଗିରି,୨୭ା୧୨ (ଡି.ଏନ୍.ଏ.):ମାଲକାନଗିରି ଜିଲା ପଡିଆ ସଦର ବ୍ଲକର ଜଣେ ଛାତ୍ରୀ ମହିଳା କ୍ରିକେଟ ଟିମ୍ ଓଡ଼ିଶା ଦଳରେ ୧୫ ବର୍ଷରୁ କମ୍ ବର୍ଗରେ ମନୋନୀତ ହୋଇଛନ୍ତି। ସେ ହେଲେ ପଡିଆ ସଦର ବ୍ଲକର ଏନ୍. ଭାଗ୍ୟଶ୍ରୀ। ଏହି ଖବର ଜଣାପଡିବା ପରେ ଜିଲାରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆଗାମୀ ଦିନରେ ରାୟପୁରଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ୫୦ ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚରେ ଭାଗ୍ୟଶ୍ରୀ ଭାଗ ନେବେ ା ଏଥିରେ ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ, ମିଜୋରାମ, ଚଣ୍ଡିଗଡ ରାଜ୍ୟ ସହିତ ଓଡିଶା ଖେଳାଳି ଭାବେ ସେ ଅଂଶଗ୍ରହଣ କରିବେ। ସୋମବାର ଭାଗ୍ୟଶ୍ରୀ ରାୟପୁର ଯାତ୍ରା କରିଛନ୍ତି।