ଇସ୍ରାଏଲ, ହମାସ ଯୁଦ୍ଧକୁ ପୂରଣ ହେଲା ମାସେ

ଜେରୁଜେଲମ,୭।୧୧: ଆଜି ଅର୍ଥାତ୍‌ ନଭେମ୍ବର ୭ରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ମାସ ପୂରଣ ହୋଇଛି। ତଥାପି, ଏହି ଶେଷ ହେବା ପରି ମନେ ହେଉନାହିଁ। ଅକ୍ଟୋବର ୨୦,୨୦୨୩ରେ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଅତି କମରେ ୧୪୦୦ ଇସ୍ରାଏଲ ନାଗରିକ ନିହତ ହୋଇଥିଲେ ଏବଂ ହମାସ ଯୋଦ୍ଧାମାନେ ୨୪୦ ଲୋକଙ୍କୁ ବନ୍ଧକ ରଖିଥିଲେ। ଏହି ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ ଏବଂ ହମାସର ଅସ୍ତିତ୍ୱ ବିଲୋପ କରିବାକୁ ମଧ୍ୟ ଶପଥ ନେଇଥିଲେ। ସେହି ଦିନଠାରୁ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଅଞ୍ଚଳରେ ପ୍ରବେଶ କରି ହମାସ ସ୍ଥିତିକୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଷ୍ଟ୍ରିପ ଉପରେ ଅଗଣିତ ବୋମା ବର୍ଷା କରିଛନ୍ତି ଯେଉଁଥିରେ ୧୦ହଜାରରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି।

ଗାଜା ଉପରେ ହୋଇଥିବା ଆକ୍ରମଣ ବିରୁଦ୍ଧରେ ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ କରାଯାଉଛି ଏବଂ ଯୁଦ୍ଧ ବନ୍ଦ କରିବାକୁ ଦାବି ରହିଛି, କିନ୍ତୁ ଯୁଦ୍ଧ ବିରତି ଉଲ୍ଲଂଘନ ହେବାର ସମ୍ଭାବନା ନାହିଁ। ଏୟାର ଷ୍ଟ୍ରାଇକ ପରେ ଇସ୍ରାଏଲ ବର୍ତ୍ତମାନ ଗାଜା ଅଞ୍ଚଳରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭ରୁ ଗାଜାରେ ପ୍ରାୟ ୧୦,୦୦୦ଲୋକଙ୍କର ମୃତ୍ୟୁ ଘଟିଛି। ନିହତମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ। ଏହା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୫,୦୦୦ ଲୋକ ଆହତ ହୋଇଛନ୍ତି ଏବଂ ହଜାର ହଜାର ଲୋକ ନିଖୋଜ ଥିବା ଅନୁମାନ କରାଯାଉଛି।

Share