ଦୁଇ ଦିନ ହେଲା ଗଛରେ ଭାଲୁ: ବନ ବିଭାଗର ସବୁ କୌଶଳ ଫେଲ୍‌

ନବରଙ୍ଗପୁର,୨୪।୧(ବି.ପ୍ର.): ନବରଙ୍ଗପୁର ଉମରକୋଟରେ ‘ମିଶନ ଭାଲୁ ରେସ୍କ୍ୟୁ’ ଚାଲିଛି। ଦୁଇ ଦିନ ହେଲା ଭାଲୁଟି ଗଛରେ ବସି ରହିଛି। ଭାଲୁକୁ ତଳକୁ ଓହ୍ଲାଇବା ପାଇଁ ଉମରକୋଟ ବନ ବିଭାଗର ସବୁ କୌଶଳ ଫେଲ୍‌ ମାରିଥିଲା ବେଳେ ସୋମବାର ନବରଙ୍ଗପୁରରୁ ଏକ ଟିମ୍‌ ଉଦ୍ଧାର ପାଇଁ ଅସୁଛନ୍ତି । ଉମରକୋଟ ନାୟକଗୁଡ଼ା ୟୁଭି ୧୧ ଗାଁରେ ଏକ ନିମ୍ବ ଗଛ ଉପରେ ଭାଲୁ ବସିଛି।
ସେପଟେ ଭାଲୁକୁ ଦେଖି ଲୋକ ଭୟଭୀତ ହୋଇଛନ୍ତି । ଶନିବାର ରାତିରେ ଖାଦ୍ୟ ଅନ୍ବେଷଣରେ ଭାଲୁଟି ଗାଁ ଭିତରକୁ ପଶି ଆସିଥିଲା । ସକାଳୁ ଜଙ୍ଗଲକୁ ଫେରି ନ ପାରି ଗଛ ଉପରେ ଚଢିରହିଛି । ଭାଲୁ ଭୟରେ ଲୋକ ଚଳପ୍ରଚଳ ହୋଇପାରୁନାହାନ୍ତି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଡାକବାଜି ଯୋଗେ ଲୋକଙ୍କୁ ସତର୍କ କରିବା ସହ ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Share