ମାନେକା ଗାନ୍ଧୀ
ଲୋକମାନେ ଅନେକ ଶତାବ୍ଦୀ ଧରି ଭେଜେଟାରିଆନ ବା ଶାକାହାରୀ ରହିଆସିଛନ୍ତି, କିନ୍ତୁ ଶାକାହାରୀ ଶବ୍ଦ ୧୮୩୯ରୁ ପ୍ରଚଳିତ ହେଲା। ଯେଉଁମାନେ ଉଦ୍ଭିଦଜ ଖାଦ୍ୟ ଖାଉଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଏହିି ଶବ୍ଦ ବ୍ୟବହାର କରାଗଲା। ଗତ ୨୦୦ ବର୍ଷ ହେବ, ଯେଉଁ ସମୟରେ ବ୍ୟବସାୟିକ କଂସେଇଖାନା ପ୍ରଥମେ ଖୋଲାଗଲା ସେବେଠୁ ଲୋକମାନେ ମାଂସାହାରୀ ପାଲଟିଗଲେ ଏବଂ ପୃଥିତ୍ବୀରେ ଏହାର ପରିଣାମ ବିଧ୍ୱଂସକ ହୋଇ ଆସିଛି। ଏବେ ଏହା ଅନୁଭବ କରିହେଉଛି ଓ ଏହାର ପ୍ରତିକ୍ରିୟା ପ୍ରକାଶ ପାଉଛି। ଶାକାହାରୀ ହେବା ଏବକାର ଜୀବନ ଧାରାର ଏକ ଶୈଳୀକୁ ସୂଚାଉଛିି। ଜଣେ ଶାକାହାରୀ କ’ଣ ଖାଇବା ବା ନ ଖାଇବାକୁ ଚାହାନ୍ତି ତାକୁ ନେଇ ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ପରିଚୟ ରହିଛି। ଯଦି ଅଧିକାଂଶ ଲୋକଙ୍କୁ ପଚରାଯିବ ତୁମେ ଶାକାହାରୀ ନା ମାଂସାହାରୀ ତେବେ ସେମାନେ ଉଭୟ ବୋଲି ଉତ୍ତର ମିଳିବ। ମାଂସାହାରୀ ଠାରୁ ଶୁଦ୍ଧ ଶାକାହାରୀ ଯାଏ ଅନେକ ଷ୍ଟେପ୍ ବା ସୋପାନ ରହିଛି। ସେପାନ ଅନୁଯାୟୀ ସେମାନଙ୍କୁ ନାମିତ କରାଯାଇଛି। ଏହା ସହ ସେମାନଙ୍କ ନିଜସ୍ବ ବିବରଣୀ ମଧ୍ୟ ରହିଛି। ଓମିନ୍ଭୋର, ଯେଉର୍ଁମାନେ ସବୁକିଛି ଖାଆନ୍ତି। କାର୍ନିଭୋର୍ମାନେ ମାଂସ ଖାଇଥାନ୍ତି। ଯେଉର୍ଁମାନେ ମାଂସ ନ ଖାଇ ମାଛ ଖାଆନ୍ତି ସେମାନେ ପେସ୍କାଟାରିଆନ ବର୍ଗର। ପେସ୍କାଟାରିଆନ ଶବ୍ଦ ୧୯୯୦ରେ ପ୍ରଥମେ ସାମ୍ନାକୁ ଆସିଥିଲା। ଇଟାଲୀ ଭାଷାରେ ମାଛକୁ ପେସ୍କା କହନ୍ତି । ପେସ୍କା ଓ ଭେଜେଟାରିଆନ୍ର ସମିିଶ୍ରଣରେ ଏହି ଶବ୍ଦ ସୃଷ୍ଟି ହୋଇଛି। ପେସ୍କାଟାରିଆନରେ ଅନେକ ସବ୍ଗ୍ରୁପ ରହିଛି। ଲାକ୍ଟୋଓଭୋ ଭେଜେଟାରିଆନ ମାଂସ, ଚିକେନ, ସାମୁଦ୍ରିକ ଖାଦ୍ୟ କିମ୍ବା ମାଛ ଖାଆନ୍ତି ନାହିଁ, କିନ୍ତୁ ଦୁଗ୍ଧଜାତୀୟ ଖାଦ୍ୟ ଏବଂ ଅଣ୍ଡା ଖାଇଥାଆନ୍ତି। ଲାକ୍ଟୋ-ଭେଜେଟାରିଆନ ମାଂସ, ଅଣ୍ଡା, ମାଛ, ସାମୁଦ୍ରିକ ଖାଦ୍ୟ କିମ୍ବା ଚିକେନ ଖାଆନ୍ତି ନାହିଁ, କିନ୍ତୁ ଡାଏରି ବା ଦୁଗ୍ଧଜାତୀୟ ଖାଦ୍ୟ ଖାଇଥାଆନ୍ତି। ଓଭୋ- ଭେଜେଟାରିଆନମାନେ ମାଂସ, ମାଛ, ସାମୁଦ୍ରିକ ଖାଦ୍ୟ, ଚିକେନ କିମ୍ବା ଡାଏରି ଖାଦ୍ୟ ନ ଖାଇ ଅଣ୍ଡା ଖାଇଥାଆନ୍ତି। ଅଣ୍ଡାକୁ ସେମାନେ ଆମିଷ ବୋଲି ଗ୍ରହଣ ନ କରି ନିଜକୁ ଶାକାହାରୀ ବୋଲି ଉପସ୍ଥାପିତ କରନ୍ତି। ପୋଲୋଭେଜେଟାରିଆନ କହିଲେ ସେମାନଙ୍କୁ ବୁଝାଏ ଯେଉଁମାନେ ମାଂସ, ମାଛ, ଅଣ୍ଡା କିମ୍ବା ଡାଇରି ଫୁଡ ନ ଖାଇ ଚିକେନ ଖାଇଥାନ୍ତି। ସେହିଭଳି ପେସ୍କୋ ପୋଲୋ ଭେଜେଟାରିଆନ ମାଂସ ନ ଖାଇ ଚିକେନ୍ ଏବଂ ମାଛ ଖାଇଥାନ୍ତି। ମାକ୍ରୋବାୟୋଟିକ୍ ବର୍ଗରେ ଥିବା ଲୋକେ ମୁଖ୍ୟତଃ ଶାକାହାରୀ, କିନ୍ତୁ ସେମାନେ ବେଳେବେଳେ ସାମୁଦ୍ରିକ ଖାଦ୍ୟ ଖାଆନ୍ତି। ଲିଭିଂ ଫୁଡ୍ ଇଟର୍ସମାନେ କେବଳ କଞ୍ଚା ମାଂସ ଓ ମାଛ ଖାଇଥାଆନ୍ତି। ଖାଦ୍ୟକୁ ରାନ୍ଧିିଲେ ସେଥିରୁ ଭିଟାମିନ ଓ ମିନେରାଲ୍ସ ନଷ୍ଟ ହୋଇଯିବା ହେତୁ ସେମାନେ କଞ୍ଚା ଖାଇବା ସପକ୍ଷରେ ଯୁକ୍ତି ବାଢ଼ିଥାଆନ୍ତି। କେବଳ ଫଳ ଓ ପରିବା ଖାଆନ୍ତି ଫ୍ରୁଟାରିଆନ(ଫଳାହାରୀ)ମାନେ। ଏହାପରେ ଆସେ ଭିଗନ ବା ଶୁଦ୍ଧଶାକାହାରୀ। ଏମାନେ ମାଂସ, ଚିକେନ, ମାଛ ସାମୁଦ୍ରିକ ଖାଦ୍ୟ,ଅଣ୍ଡା ଏବଂ ଦୁଗ୍ଧଜାତୀୟ ଖାଦ୍ୟ କିମ୍ବା କୌଣସି ଖାଦ୍ୟରେ ଏହା ରହିଥିଲେ ତାହାକୁ ଏମାନେ ଖାଆନ୍ତି ନାହିଁ। ମହୁ, ପନିର ମଧ୍ୟ ଏମାନେ ଖାଇ ନ ଥା’ନ୍ତି। ଲେଦର, ଉଲ୍, ସିଲ୍କ ଆଦି ପ୍ରାଣୀଜ ଉପତ୍ାଦ ଏମାନେ ପିନ୍ଧନ୍ତି ନାହଁି।
ଯେକୌଣସି ମାର୍ଗ ଆପଣାନ୍ତୁ ଏବଂ ଯେଉଁଭଳି ପ୍ରତିବଦ୍ଧତା ରକ୍ଷା କରନ୍ତୁ ସେଥିରେ କିଛି ନାହିଁ। ବାସ୍ତବତା ହେଉଛି ମାଂସ ଖାଇବା କମାଇବା ହିଁ ଏକ ସକାରାମତ୍କ ପଦକ୍ଷେପ। ମାଂସ ଖାଇବା କମ୍ କଲେ ତାହା ତୁମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ପ୍ରାଣୀ କଲ୍ୟାଣକୁ ଏହା ପ୍ରୋତ୍ସାହିତ କରିବ। ଜଣେ ଶୁଦ୍ଧ ଶାକାହାରୀ ବର୍ଷକୁ ପାଖାପାଖି ୨୦୦ ପ୍ରାଣୀଙ୍କ ଜୀବନ ରକ୍ଷା କରନ୍ତି। ଜଳ ବଞ୍ଚାଇବା ଉପରେ ଏକ ସକାରାମତ୍କ ପ୍ରଭାବ ସୃଷ୍ଟି କରନ୍ତି। ପ୍ରଦୂଷଣ କମାଇଥାଆନ୍ତି ଓ ଶହ ଶହ ଗଛର ସୁରକ୍ଷା କରନ୍ତି। କେବଳ ଏତିକି ନୁହେଁ ସେମାନେ ମଧ୍ୟ ପ୍ରାଣୀ ଯନ୍ତ୍ରଣା କମାଇବାରେ ସହାୟକ ହୁଅନ୍ତି।
ଏବେ ଫ୍ଲେକ୍ସିଟାରିଆନ୍ ଶବ୍ଦ ବହୁଳ ଭାବେ ବ୍ୟବହାର କରାଯାଉଛି। ଫ୍ଲେକ୍ସିଟାରିଆନ୍ମାନେ ଉଦ୍ଭିଦଜ ଖାଦ୍ୟ ଖାଆନ୍ତି, କିନ୍ତୁ ବେଳେବେଳେ ଏମାନେ କମ୍ ପରିମାଣରେ ମାଛ, ମାଂସ,ଚିକେନ ଏବଂ ଦୁଗ୍ଧଜାତୀୟ ଖାଦ୍ୟ ଖାଇଥାନ୍ତି। ଏଭଳି ଏକ ନୂଆ ଧାରା ଆରମ୍ଭ ହୋଇଥିବାବେଳେ ତା’ ଉପରେ ଗବେଷଣା ହେବା ସ୍ବାଭାବିକ। ରୋଶେନ୍ଫିଲ୍ଡ ରୋଥରବର୍ଗ ଏବଂ ଟୋମିୟାମାଙ୍କ ଦ୍ୱାରା ଫ୍ଲେକ୍ସିଟାରିଆନିଜମ୍ଙ୍କ ମନସ୍ତାତ୍ତ୍ୱ୍କି୍କ ସ୍ତର ବା ମନୋଭାବ ଉପରେ ଏକ ଗବେଷଣା କରାଯାଇଛି। ଏ ସମ୍ପର୍କିତ ରିପୋର୍ଟ ଫେବୃୟାରୀ ୪,୨୦୨୧ରେ ଫୁଡ୍ କ୍ୱାଲିଟି ଆଣ୍ଡ୍ ପ୍ରିଫରେନ୍ସରେ ପ୍ରକାଶ ପାଇଛି। ଫ୍ଲେକ୍ସିଟାରିଆନମାନେ ସବୁ ଖାଉଥିଲେ ବି ସେମାନେ ପ୍ରାଣୀଜ ଖାଦ୍ୟ ଖାଇବା କମ୍ କରିବାକୁ ଚେଷ୍ଟା କରିଥାନ୍ତି। ଅଧିକାଂଶ ଦେଶରେ ଶାକାହାରୀ ଏବଂ ଶୁଦ୍ଧ ଶାକାହାରୀଙ୍କ ସଂଖ୍ୟ କମ୍ ରହିଥିବାବେଳେ ସେଠାରେ ଫ୍ଲେକ୍ସିଟାରିଆନ୍ମାନଙ୍କ ସଂଖ୍ୟା ଢେର ବେଶି। ନିକଟରେ ୟୁଗୋଭ ଦ୍ୱାରା କରାଯାଇଥିବା ଜନମତ ଆକଳନରୁ ଜଣାପଡିଛି ଯେ,ଏମାନଙ୍କ ସଂଖ୍ୟା ଇଂଲଣ୍ଡରେ ୧୪% ଅଧିକ। ଭେଜିଟାରିଆନଜିମ୍ ବା ଶାକାହାରୀବାଦ କେବଳ ଖାଦ୍ୟ ପସନ୍ଦରେ ସୀମିତ ନୁହେଁ। ପରିବେଶ, ସ୍ବାସ୍ଥ୍ୟ ଓ ନୈତିକତା ଦୃଷ୍ଟି କୋଣରୁ ଦେଖିଲେ ଏହା ଏକ ଜୀବନଶେଳୀ ଓ ପରିଚୟ। ଶକାହାରୀମାନେ ମାନସିକ ସ୍ତରରେ ଓମ୍ନିଭୋରସ ବା ସର୍ବାହାରୀଙ୍କଠାରୁ ଭିନ୍ନ। ଫ୍ଲେକ୍ସିଟାରିଆନମାନଙ୍କ ମନସ୍ତାତ୍ତ୍ୱିକ ସ୍ତର ଜାଣିବା ଲାଗି ୫୬୪ ଜଣ ଫ୍ଲେକ୍ସିଟାରିଆନ୍ ଏବଂ ୧୫୪ ଭେଜେଟାରିଆନଙ୍କୁ ନେଇ ଏକ ଅନୁଧ୍ୟାନ କରାଯାଇଥିତ୍ତ୍ଲା। କାହିଁକି ସେମାନେ ମାଂସ ଠାରୁ ଦୂରେଇ ରହୁଛନ୍ତି ସେ ସମ୍ପର୍କରେ ସେମାନଙ୍କୁ ପ୍ରଶ୍ନ ପଚରାଯାଇଥିତ୍ଲା। ଭବିଷ୍ୟତରେ ଫ୍ଲ୍ଲେକ୍ସିଟାରିଆନମାନେ ଭେଜେଟାରିଆନେ ହେବାକୁ ଚାହଁୁଛନ୍ତି ନାର୍ହିଁ ତାହା ମଧ୍ୟ ଜଣିବାକୁ ଚେଷ୍ଟା କରିଥିଲେ ଗବେଷକମାନେ। ହାରାହାରି ଭାବେ ଫ୍ଲେକ୍ସିଟାରିଆନ୍ ଓ ଭେଜେଟାରିଆନଙ୍କ ମଧ୍ୟରେ ବୟସ ଓ ଆୟ ମଧ୍ୟରେ କିଛି ପଭେଦ ନ ଥିଲା ଓ ସେମାନଙ୍କ ସୋସିଆଲ ନେଟଓ୍ବର୍କରେ ବହୁ ସଂଖ୍ୟାରେ ଭେଜେଟାରିଆନ ରହିଥିବା ଦେଖାଯାଇଥିଲା। ମାନସିକ ସ୍ତରରେ ଫ୍ଲେକ୍ସିଟାରିଆନ୍ମାନେ ଶାକାହାରୀଙ୍କ ବିପରୀତ ବୋଲି ଲକ୍ଷ୍ୟ କରାଯାଇଥିଲା। ମାଂସ ଖାଇବା ନୈତିକତା ଦୃଷ୍ଟିରୁ ଭୁଲ୍ ବୋଲି ସେମାନେ ଅନୁଭବ କରୁ ନ ଥିବା ଜଣାପଡ଼ିଥିତ୍ଲା। ପ୍ରାଣୀ କଲ୍ୟାଣ, ପରିବେଶ କିମ୍ବା ନିଜର ସୁସ୍ଥତା ଲାଗି ସେମାନେ ମାଂସ ଛାଡ଼ିବାର ସମ୍ଭାବନା କମ୍ ରହିଥିବା ଗେବେଷକମାନେ ଜାଣିବାକୁ ପାଇଥିଲେ। ଅପରପକ୍ଷରେ ଭେଜେଟାରିଆନମାନେ ସମାଜ ସେମାନଙ୍କ ଖାଦ୍ୟକୁ କେଉଁ ଦୃଷ୍ଟିରେ ଦେଖୁଛି ସେଥିପ୍ରତି କମ୍ ଚିନ୍ତା କରୁଥିଲେ ଓ ବାହାରର ଭଲ ପାଇଁ ଶାକାହାର ଗ୍ରହଣ କରୁଥିଲେ ବୋଲି ସେମାନଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଥିଲା। କିଛି ସେମାନେ ସ୍ବାସ୍ଥ୍ୟଗତ କାରଣ ପାଇଁ ଖାଉଥିବା ଜଣାପଡ଼ିଥିଲା। ଭେଜେଟାରିଆନ୍ଙ୍କ ପ୍ରତି ସମାଜର ସକାରାମତ୍କ ଦୃଷ୍ଟି ରହୁଥିବା ହେତୁ ସମସ୍ତ ଫ୍ଲେକ୍ସିଟାରିଆନ୍ ଭେଜେଟାରିଆନ ହେବା ଲାଗି ଚାହଁୁଥିତ୍ବା କହିଥିଲେ।
ଉଭୟ ଗବେଷଣା ଏବଂ ୟୁଗୋଭ ସର୍ଭେରୁ ଜଣାପଡିଲା ଯେ,ସାଧାରଣ ଲୋକଙ୍କ ତୁଳନାରେ ଫ୍ଲେକ୍ସିଟାରିଆନ୍ମାନେ ମାଂସ ଖାଇବା କମ୍ କରିବା ବା ଛାଡ଼ିବା ପାଇଁ ତିନିଗୁଣ ଅଧିକ ଚେଷ୍ଟା କରନ୍ତିା। ଛାତ୍ର କିମ୍ବା ଘରେ ଜୀବନସାଥୀ ସହ ରହୁଥିବା ତଥା ଆଗକୁ ପିଲାଟିଏ ଚାହଁୁଥିବା ପାର୍ଟଟାଇମ କର୍ମଜୀବୀ ଫ୍ଲେକ୍ସିଟାରିଆନ୍ମାନେ ଶୁଦ୍ଧ ଶାହକାହାରୀ କିମ୍ବା ଶାକାହାରୀ ହେବକୁ ଚାହଁୁଥିବା ସର୍ଭେରୁ ଜଣାପଡ଼ିଥିଲା। ଫ୍ଲେକ୍ସିଟାରିଆନ୍ମାନେ ସାମାଜିକ ତଥା ସଚେତନାଭିତ୍ତିକ କାର୍ଯ୍ୟରେ ନିଜକୁ ବେଶୀ ଜଡ଼ିତ ହୁଅନ୍ତି।ସେମାନେ ସାମାଜିକ ବିଚାର ଓ ନୈତିକତା ଉପରେ ଅଧିତ୍କ ସଚେତନ। ଫ୍ଲେକ୍ସିଟାରିଆନ୍ମାନେ ଡାଏରି କିମ୍ବା ମାଂସର ବିକଳ୍ପ ଖାଦ୍ୟକୁ ସାଧାରଣଲୋକଙ୍କ ଅପେକ୍ଷା ଅଧିତ୍କ ହାରରେ ଖାଇଥାନ୍ତି। ସେମାନେ ଏକ ନୂଆ ଖାଦ୍ୟର ସନ୍ଧାନରେ ମଧ୍ୟ ରହିଥାନ୍ତି। ଜଣେ ଭେଜିଟେରିଆନ ଏବଂ ଜଣେ ଫ୍ଲେକ୍ସିଟାରିଆନ୍ଙ୍କ ପୂରା ଚିହ୍ନଟ କରଯାଉଥିବାବେଳେ ଜଣେ ଫ୍ଲେକ୍ସିଟାରିଆନ୍ଙ୍କୁ ଚିହ୍ନଟ କରିବାରେ ସମସ୍ୟା ରହିଛି। ସେମାନଙ୍କ ବ୍ୟବହାରକୁ ଲୋକେ ସହଜରେ ଆକଳନ କରିପାରନ୍ତି ନାହିଁ।
ଫ୍ଲେକ୍ସିଟାରିଆନ୍ଙ୍କୁ କିପରି ଭେଜିଟେରିଆନ କରିହେବ? ମାଂସ ଛାଡ଼ିବା ପାଇଁ ତୁମେ ସମାନଙ୍କୁ ଉତ୍ସାହିତ କରିବା ଦରକାର। ଯଦି ସେମାନେ ବୃହତ ଶାକାହାରୀ ସମାଜର ଏକ ଅଂଶ ବୋଲି ଅନୁଭବ କରିବେ, ତେବେ ଶାକାହାରୀମାନଙ୍କ ପଥରେ ସେମାନେ ଯିବାକୁ ରାଜି ହୋଇପାରିବେ। ଏମାନେ ସେହିି ଲୋକ,ଯେଉଁମାନେ ସମାଜ ତଥା ଏହାର ଧାରା ପ୍ରତି ସମ୍ପୂର୍ଣ୍ଣ ସଚେତନ। ସେମାନଙ୍କ ମାନସିକତାରେ ସ୍ବାସ୍ଥ୍ୟଗତ ଲାଭ ଭଳି ବଷୟକୁୁ ଉଜାଗର କରାଯାଇପାରିଲେ ତାହା ଅଧିକ ଲାଭପ୍ରଦ ହେବ।
Email: gandhim@nic.in