ଆଉ ୨ ଦିନ ଥଣ୍ଡା

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ରାଜ୍ୟରେ ଗୁରୁବାରଠାରୁ ପାରଦ ତଳମୁହାଁ ହୋଇଛି। ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଫଳରେ ରାଜ୍ୟର କେତେକ ସ୍ଥାନରେ ଶୀତ ଲହରି ଆରମ୍ଭ ହୋଇଛି। ଆହୁରି ୨ ଦିନ ଏଭଳି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ପାଗରେ ପରିବର୍ତ୍ତନ ହେବ ଓ ତାପମାତ୍ରା ପୁଣି ବୃଦ୍ଧି ପାଇବ।  ଆସନ୍ତା ୩୧ ଯାଏ ଶୀତର ପ୍ରକୋପ ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ରବିବାର କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ ଓ କେନ୍ଦୁଝର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ନିଂ ଜାରି କରାଯାଇଛ। ସେହିପରି ୩୧ ତାରିଖରେ ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲାର ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।

Share