ବାସ୍ତୁ ଅନୁସାରେ ବହୁତ ଜିନିଷ ଆମ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇ ଥାଏ । ସେଥିପାଇଁ ଜାଣନ୍ତୁ କେଉଁ ଜିନିଷ ସବୁ ପକେଟରେ ରଖିଲେ ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ…
ଚକ୍ର ସୁଖ, ସ୍ବାସ୍ଥ୍ୟ, ସମୃଦ୍ଧି ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ଲକ୍ଷ୍ମୀଙ୍କ ପୂଜାରେ ବ୍ୟବହାର ହେବା ସହିତ ଜାତକରେ ଥିବା ନାଗଦୋଷ, ବାସ୍ତୁଦୋଷ, ସର୍ପଦୋଷ ଦୂର ପାଇଁ ମଧ୍ୟ ମୁଦି କରି ଧାରଣ କରାଯାଇଥାଏ । ଯଦି କୌଣସି ଇଣ୍ଟରଭ୍ୟୁ ପାଇଁ ଯାଉଛନ୍ତି ତେବେ ପକେଟରେ ୩ଟି ଗୋମତି ଚକ୍ର ରଖନ୍ତୁ, ଏହା ଦ୍ୱାରା ନିଶ୍ଚିତ ଶୁଭ ଖବର ମିଳିବ ।
ରୁପା ଜିନିଷ ବା ପଇସା ପକେଟରେ ରଖିଲେ ଏହା ଶୁଭ ଅଟେ। ଏହା ଧନ ଓ ବିଭବ ବୃଦ୍ଧିକୁ ସୂଚାଇଥାଏ।
ଧର୍ମରେ ଅଶ୍ୱତ୍ଥ ବୃକ୍ଷକୁ ବୃକ୍ଷଦେବତା ରୂପେ ପୂଜା କରାଯାଇଥାଏ। ତେଣୁ ବାସ୍ତୁ ଅନୁସାରେ ଯଦି ପକେଟରେ ଅଶ୍ୱତ୍ଥ ଗଛର ପତ୍ର ରଖିବେ ତେବେ ଏହା ଉତ୍ତମ ସ୍ବାସ୍ଥ୍ୟ ଓ ସୁଖ, ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରିଥାଏ ।
ବିଶ୍ୱାସ ରହିଛି ଯେ, ମା’ ଲକ୍ଷ୍ମୀଙ୍କ ଚିତ୍ର ବା ଫଟୋ , ନିର୍ଦ୍ଦିଷ୍ଟ ଭାବେ ଦୁଇ ଧଳା ହାତୀ ଓ ପଦ୍ମ ଉପରେ ବସିଥିବା ଭଙ୍ଗୀର ମା’ ଲକ୍ଷ୍ମୀଙ୍କ ଫଟୋ ପକେଟ ବା ପର୍ସରେ ରଖିଲେ ଧନ ଓ ସମ୍ପଦ ବୃଦ୍ଧି ହୋଇଥାଏ ।
କଉଡିରେ ବିଭିନ୍ନ ପ୍ରକାର ସକାରାମତ୍କ ଶକ୍ତି ରହିଛି । ସେଥିପାଇଁ ଏହା ବହୁତ ଶୁଭ ଅଟେ ଓ ଏହାକୁ ପକେଟରେ ରଖିଲେ ଏହା ନକାରାମତ୍କ ଶକ୍ତି, ଦୁଃଖ, ମାନସିକ ଉତ୍ତେଜନା ଆଦି ଦୂର କରେ।