Categories: ଜାତୀୟ

ଏ ଦୁନିଆରେ ଦୁଇଟି ବ୍ୟକ୍ତିଙ୍କୁ ଖୋଜିବା କଷ୍ଟକର

ନୂଆଦିଲ୍ଲୀ,୧।୧୧: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟରରେ ଦୁଇଟି କ୍ଲିପ ଶେୟାର କରି ସେ କହିଛନ୍ତି, ଏ ଦୁନିଆରେ ଦୁଇଜଣ ବ୍ୟକ୍ତିଙ୍କୁ ଖୋଜିବା ଅସମ୍ଭବ। ଜଣେ ହେଲେ ମୋଦିଙ୍କ କ୍ଲାସମେଟ୍‌ ଏବଂ ଆଉ ଜଣେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୋଦିଙ୍କଠାରୁ ଚା’ କିଣିଥିଲେ। ସେହିପରି ଦ୍ୱିତୀୟ କ୍ଲିପରେ ଲେଖାଅଛି, ଭୁଲ ପିଠି ଭଳି ହୋଇଥାଏ, ନିଜ ବ୍ୟତୀତ ସମସ୍ତଙ୍କୁ ଦେଖାଦେଇଥାଏ। ଏଭଳି ଦୁଇଟି କ୍ଲିପ ଶେୟାର କରି ଶତ୍ରୁଘ୍ନ କ୍ୟାପଶନରେ ଲେଖିଛନ୍ତି, ଅଳସୁଆ ରବିବାରରେ ଭଲ ହସ ପାଇଁ ଏହି କ୍ଲିପର ମଜା ନିଅନ୍ତୁ। ଗତବର୍ଷ ଶତ୍ରୁଘ୍ନ ସିହ୍ନା ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ବିହାର ବିଧାନସଭା ନିର୍ବାଚନରେ ଶତ୍ରୁଘ୍ନ ପୁଅ ଲବ ସିହ୍ନା ପାଟନାର ବାଙ୍କିପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

Share