ନୂଆଦିଲ୍ଲୀ,୧୭।୮ : ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଆଇସିସି ଟି୨୦ ବିଶ୍ୱକପ୍ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଅକ୍ଟୋବର ୧୪ ତାରିଖରେ ପରସ୍ପରକୁ ଭେଟିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ମଙ୍ଗଳବାର ସ୍ପଷ୍ଟ କରିଛି। ତେବେ ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ଭେଟିବା ଭାରତ ପାଇଁ ଭଲ ବୋଲି କହିଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର।
ପ୍ରାରମ୍ଭିକ ପର୍ଯ୍ୟାୟରେ ପାକିସ୍ତାନକୁ ଭେଟିବା ଦ୍ୱାରା ଭାରତୀୟ ଦଳ ପୂରା ଟୁର୍ନାମେଣ୍ଟ ଉପରେ ଧ୍ୟାନ ଦେଇପାରିବ। ୨୦୦୭ ଟି୨୦ ବିଶ୍ୱକପ୍ ବେଳେ ଟିମ୍ ଇଣ୍ଡିଆ ସହ ସମାନ ଘଟଣା ଘଟିଥିଲା। ଆମେ ପ୍ରଥମ ମ୍ୟାଚ୍ରେ ସ୍କଟଲାଣ୍ଡକୁ ଭେଟିଥାନ୍ତୁ। କିନ୍ତୁ ବର୍ଷା କାରଣରୁ ମ୍ୟାଚ୍ ଖେଳାଯାଇପାରିଲା ନାହିଁ। ଫଳରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଥିଲା ଆମ ପାଇଁ ପ୍ରଥମ ମୁକାବିଲା। ଚଳିତ ଥର ମଧ୍ୟ ଠିକ୍ ସେଭଳି ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ପୂରା ଟୁର୍ନାମେଣ୍ଟ ଉପରେ ଧ୍ୟାନ ଦେଇପାରିବ। ଫଳାଫଳକୁ ବାଦ୍ ଦେଇ ବିଶ୍ୱକପ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇ ଦେଶ ପରସ୍ପରକୁ ଭେଟୁଥିବାରୁ ମୁଁ ଖୁସି ବୋଲି ଷ୍ଟାର ସ୍ପୋଟର୍ସକୁ ଗମ୍ଭୀର କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ୟୁଏଇ ଏବଂ ଓମାନରେ ଅକ୍ଟୋବର ୧୭ରୁ ଆରମ୍ଭ ହେବ। ଫାଇନାଲ ମ୍ୟାଚ୍ ଦୁବାଇରେ ନଭେମ୍ବର ୧୪ରେ ଖେଳାଯିବା ନେଇ କାର୍ଯ୍ୟସୂଚୀରେ ଦର୍ଶାଯାଇଛି।