Categories: ଜାତୀୟ

‘ଗୋଟିଏ ଭୋଟ୍‌ କିଛି ଫରକ ପକାଇବ ନାହିଁ’

ଲକ୍ଷ୍ନୌ,୭।୨: ଆଗ୍ରାର ଫତେହାବାଦରେ ଜଣେ ଭିନ୍ନକ୍ଷମଙ୍କୁ ଭାଜପାକୁ ଭୋଟ ଦେବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ସେ ଭାଜପା ବଦଳରେ ଅନ୍ୟ ଦଳକୁ ଭୋଟ ଦେବାକୁ ଚାହୁଁଥିଲେ। ମାତ୍ର ପୋଲିଂ ଅଧିକାରୀ ତାହା କରାଇ ଦେଇ ନ ଥିଲେ। ଏ ଘଟଣା ବିରୋଧରେ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ସେମାନଙ୍କୁ ବୁଝାଶୁଝା କରିବା ପାଇଁ ପହଞ୍ଚିଥିଲେ ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ୍‌। ଲୋକଙ୍କୁ ବୁଝାଇବା ଲାଗି ସେ କହିଥିଲେ, ‘ଗୋଟିଏ ଭୋଟ କିଛି ଫରକ ପକାଇବ ନାହିଁ’। ଏହାର ଭିଡିଓ ଶେୟାର କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।

ଉଲ୍ଲେଖଯୋଗ୍ୟ, ଆଗ୍ରାରେ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ବିଧାନସଭା ନିର୍ବାଚନ ମତଦାନ ପ୍ରକ୍ରିୟା ରବିବାର ଠାରୁ ଆରମ୍ଭ ହୋଇଯାଇଛି। ଏହି ଭୋଟିଂ ପ୍ରକ୍ରିୟା ବାଲଟ ପେପର କରାଯାଉଛି।

ଅଖିଳେଶ ଭିଡିଓ ଟୁଇଟ୍‌ କରିବା ସହ କ୍ୟାପଶନରେ ଲେଖିଥିଲେ, “ବାଲଟ ମାଧ୍ୟମରେ ମତଦାନ ବେଳେ ଜଣେ ପ୍ରଶାସନିକ ଅଧିକାରୀ ସର୍ବସାଧାରଣରେ କହୁଛନ୍ତି, ‘ଗୋଟିଏ ଭୋଟରେ କିଛି ହୋଇପାରିବ ନାହିଁ’। ଏହା ଏକ ଗୁରୁତର ଘଟଣା। ସେଭଳି ଅଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ ସସ୍‌ପେଣ୍ଡ କରାଯାଉ”।

Share