ଆମେରିକାରେ ବିଯୁକ୍ତ ୪୬ ଡିଗ୍ରୀ ତାପମାତ୍ରା

ଆମେରିକାର ଉତ୍ତରପୂର୍ବ ଭାଗରେ ଭୀଷଣ ଶୀତ ଲହରି ଜାରି ରହିଛି। ଫଳରେ ନ୍ୟୁ ହାମ୍ପସାୟାର ମାଉଣ୍ଟ ଓ୍ବାଶିଂଟନ ସମେତ ମାସାଚୁସେଟ୍ସରେ ତାପମାତ୍ରା ବିଯୁକ୍ତ ୪୬ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ଛି। ଶୀତ ଲହରି ନ୍ୟୁୟର୍କ ସମେତ ମାସାଚ୍ୟୁସେଟ୍ସ, କନେକ୍ଟିକଟ, ରୋଡେ ଆଇଲାଣ୍ଡ, ନ୍ୟୁ ହାମ୍ପିଶାୟାର, ଭରମୋଣ୍ଟ ଏବଂ ମାଇନେରେ ଜାରି ରହିବ ବୋଲି ସତର୍କ କରିଦିଆଯାଇଛି। ଏହି ଅଞ୍ଚଳରେ ୧୬ ନିୟୁତ ଲୋକ ବସବାସ କରନ୍ତି। ବହୁବର୍ଷ ପରେ ଆମେରିକାରେ ଏଭଳି ଥଣ୍ଡା ଅନୁଭୂତ ହୋଇଛି। ଜାତୀୟ ପାଣିପାଗ ସେବା ବିଭାଗ ଅନୁଯାୟୀ ଏଭଳି ଥଣ୍ଡା ପାଗ ବେଶୀଦିନ ରହି ନ ଥାଏ। ତେବେ ପ୍ରବଳ ଥଣ୍ଡା ସାଙ୍ଗକୁ କାଲୁଆ ପବନ ଯୋଗୁ ଭୟଙ୍କର ପାଗ ସୃଷ୍ଟି ହୋଇଛି। ଥଣ୍ଡା ଯୋଗୁ ଶୁକ୍ରବାର ଦୁଇଟି ସହରର ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଥିଲା। ରବିବାର ପର୍ଯ୍ୟନ୍ତ ବୋଷ୍ଟନରେ ଏମର୍ଜେନ୍ସି ଜାରି ହୋଇଛି ଏବଂ ଲୋକମାନଙ୍କୁ ସହାୟତା ଲାଗି ଓ୍ବାର୍ମିଂ ସେଣ୍ଟରମାନ ଖୋଲାଯାଇଛି।

Share