ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅପେକ୍ଷା ମୋର ରୁଷିଆରେ ରହିବା ଅଧିକ ଜରୁରୀ: ପୁଟିନ…

ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ଦେଶର ଶିଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଯାଉନାହାଁନ୍ତି। ପୁଟିନ ଏ ବିଷୟରେ କହିଛନ୍ତି ତାଙ୍କ ପାଇଁ ରୁଷିଆରେ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ପୁଟିନ ଭିଡିଓ ଲିଙ୍କ ମାଧ୍ୟମରେ ବ୍ରିକ୍ସ ଦେଶର ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକା ଯିବେ।

ଦକ୍ଷିଣ ଆଫ୍ରିକା ମଧ୍ୟ ଏନେଇ ପୂର୍ବରୁ ନିଶ୍ଚିତ କରିଥିଲା। ଦକ୍ଷିଣ ଆଫ୍ରିକାର ଅଧିକାରୀମାନେ ଜୁଲାଇ ୧୯ ରେ କହିଥିଲେ ପୁଟିନ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଆସୁନାହାଁନ୍ତି। ସୂଚନା ପ୍ରଦାନ କରି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ମୁଖପାତ୍ର ଭିନ୍ସେଣ୍ଟ ମାଗୱେନିଆ କହିଛନ୍ତି ପାରସ୍ପରିକ ସହମତି ପରେ ରାଷ୍ଟ୍ରପତି ପୁଟିନ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ନାହିଁ। ବ୍ରିକ୍ସ ସମ୍ମିଳନୀ ଅଗଷ୍ଟ ୨୨ରୁ ୨୪ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବ।

Share