Categories: ଜାତୀୟ

‘ଜବତ ଟଙ୍କା ଭାଜପାର ନୁହେଁ’

ନୂଆଦିଲ୍ଲୀ,୩୧।୧୨- ଉତ୍ତର ପ୍ରଦେଶର ଅତର ପ୍ରସ୍ତୁତକାରୀ ପୀୟୁଷ ଜୈନଙ୍କଠାରୁ ଜବତ ହୋଇଥିବା ୧୯୭.୪୯ କୋଟି ଟଙ୍କା ଭାଜପାର ନୁହେଁ। କାର୍ଯ୍ୟାନୁଷ୍ଠାନଯୋଗ୍ୟ ଗୋଇନ୍ଦା ତଥ୍ୟ ଆଧାରରେ ଟିକସ ଅଧିକାରୀମାନେ ଚଢ଼ାଉ କରିଥିଲେ ବୋଲି ଶୁକ୍ରବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି।

ୟୁପିର କନୌଜରେ ପୀୟୁଷ ଜୈନଙ୍କ ଘରୁ ଜବତ ୧୯୭.୪୯ କୋଟି ଟଙ୍କା ଭାଜପାର। ଜିଏସ୍‌ଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶକ (ଡିଜିଜିଆଇ) ଅଧିକାରୀମାନେ ଭୁଲ୍‌ରେ ତାଙ୍କ ଘରେ ଚଢ଼ାଉ କରିଥିଲେ। ଏବେ ସେମାନେ ପ୍ରକୃତରେ ଟାର୍ଗେଟ କରିବାକୁ ଚାହୁଁଥିବା ଅନ୍ୟ ଜଣେ ଜୈନଙ୍କ ଘରେ ଚଢ଼ାଉ କରୁଛନ୍ତି ବୋଲି ବିରୋଧୀ ଆଣିଥିବା ଅଭିଯୋଗ ସମ୍ପର୍କରେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) କାଉନ୍‌ସିଲ ବୈଠକ ପରେ ଖବରଦାତାମାନେ ସୀତାରାମନ୍‌ଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୀତାରାମନ୍‌ କହିଛନ୍ତି, ଏହା ଭାଜପାର ଟଙ୍କା ନୁହେଁ। ଏହି ଚଢ଼ାଉକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଥରିଉଠିଛନ୍ତି। ଏହି ଚଢ଼ାଉକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି ସେ ଖଣ୍ଡନ କରିଛନ୍ତି।

Share