ଭୁବନେଶ୍ୱର,୨୫।୨(ବ୍ୟୁରୋ): ପଶ୍ଚିମା ଝଡ ପ୍ରଭାବରେ ଆଜି ରାଜ୍ୟରେ କିଛି ସ୍ଥାନରେ ବିଜୁଳି, ଘଡଘଡି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଅପରପକ୍ଷେ, ଗୁରୁବାର ଦାରିଙ୍ଗବାଡ଼ିରେ ମାତ୍ର ୨ ମିମି ବର୍ଷା ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସହରରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇଥିବା ଦେଖାଯାଇଛି। ବଲାଙ୍ଗୀର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଥିଲା ବେଳେ ସୋନପୁର ଓ ଟିଟିଲାଗଡ଼ରେ ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
✔️ଗତ ୨୪ ଘଣ୍ଟାରେ ୩୩ ଡ଼ିଗ୍ରୀ ଉପରେ ୧୨ ସହରରେ ଦିନ ତାପମାତ୍ରା
✔️ବଲାଙ୍ଗୀର ରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୭ ଡ଼ିଗ୍ରୀ ରେକର୍ଡ
✔️ସୋନପୁର ଏବଂ ଟିଟଲାଗଡ ରେ ୩୬.୪ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ
✔️ପଶ୍ଚିମା ଝଡ ପ୍ରଭାବରେ ଆଜି ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ
✔️କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା pic.twitter.com/282M1HtFZP
— Meteorological Centre, Bhubaneswar (@mcbbsr) February 25, 2022