କାର୍ଯ୍ୟ କରିବାର ସମୟ ଆସିଛି

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ହେପାଟାଇଟିସ୍‌ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍‌ ଦିବସ ପାଳନ କରିଆସୁଛି। ବିଶ୍ୱବ୍ୟାପୀ ଏହି ଦିବସ ପାଳିତ ହୋଇଥାଏ। ପ୍ରତିବର୍ଷ ପରି ଚଳିତବର୍ଷର ବାର୍ତ୍ତା ରହିଛି ‘କାର୍ଯ୍ୟ କରିବାର ସମୟ ଆସିଛି’ (‘Its time for action’)। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ହେପାଟାଇଟିସ୍‌ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରିଆସୁଛି।
ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ। ହେପାଟାଇଟିସ୍‌କୁ ପାଞ୍ଚଟି ଶ୍ରେଣୀଭୁକ୍ତ କରାଯାଇଛି। ସେଗୁଡ଼ିକ ହେଲା ଏ, ବି, ସି, ଡି ଏବଂ ଇ। ଏହି ଦିବସର ଆଭିମୁଖ୍ୟ ହେଉଛି ରୋଗର ପ୍ରତିକାର ଓ ଚିକିତ୍ସା। ସମଗ୍ର ବିଶ୍ୱରେ କୋଟି କୋଟି ବ୍ୟକ୍ତି ହେପାଟାଇଟିସ୍‌ ଦ୍ୱାରା ଆକ୍ରାନ୍ତ। ଏହାର ଭୟାବହତା ଓ ଦୁର୍ବଳ ଚିକିତ୍ସା ସେବା ହେତୁ ପ୍ରତିବର୍ଷ ପ୍ରାୟ ୧୪ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ମୁତାବକ ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୫୦ କୋଟି ଲୋକ ହେପାଟାଇଟିସ୍‌-ବି, ଅଥବା ହେପାଟାଇଟିସ୍‌-ସି ରୋଗରେ ପୀଡ଼ିତ। ଚିକିତ୍ସକଙ୍କ ମତରେ, ଯଦି ହେପାଟାଇଟିସ୍‌-ବି କିମ୍ବା ସି ରୋଗର ଉପଯୁକ୍ତ ଚିକିତ୍ସା କରା ନ ଯାଏ, ତେବେ ଏହା ଲିଭର ସିରୋସିସ୍‌, ଲିଭର କ୍ୟାନ୍‌ସର ଭଳି ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ଅନେକଙ୍କର ଧାରଣା ରହିଛି ଯେ, ହେପାଟାଇଟିସ୍‌ଠାରୁ ଏଡ୍‌ସ ଅତ୍ୟନ୍ତ ଭୟାବହ ରୋଗ। କିନ୍ତୁ ସତକଥା ହେଉଛି, ପ୍ରତିବର୍ଷ ଏଡ୍‌ସ ରୋଗରେ ଯେତିକି ଲୋକ ମରୁନାହାନ୍ତି ତା’ଠାରୁ ଅଧିକ ମରୁଛନ୍ତି ହେପାଟାଇଟିସ୍‌-ବି ଅଥବା ସି ରୋଗରେ।
ହେପାଟାଇଟିସ୍‌ ସଂସ୍ଥା ଏବଂ ସ୍ବେଚ୍ଛାସେବୀମାନେ ପ୍ରତିବର୍ଷ ଏହି ଦିବସରେ ଲୋକମାନଙ୍କୁ ବିଭିନ୍ନ ସଚେତନତାଧର୍ମୀ ବାର୍ତ୍ତା ଦେଇଥାନ୍ତି। ୨୦୦୪ ମସିହାରେ ୟୁରୋପୀୟ ରାଷ୍ଟ୍ର ଏବଂ ମଧ୍ୟ-ପୂର୍ବ ରାଷ୍ଟ୍ରର କେତେକ ଲିଭର ସଂସ୍ଥା ଓ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଦ୍ୱାରା ପ୍ରଥମେ ଏହାକୁ ନେଇ ଏକ ପ୍ରାରମ୍ଭିକ ଆଲୋଚନା ହୋଇଥିଲା। ୨୦୦୮ରେ ବିଶ୍ୱ ହେପାଟାଇଟିସ୍‌ ଚୁକ୍ତିନାମା ବୈଠକରେ ୧୯ ମେ’କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ୨୦୧୦ରେ ହେପାଟାଇଟିସ୍‌-ବି ଭୂତାଣୁ ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବାରୁଚ୍‌ ସାମୁଏଲ ବ୍ଲୁମ୍ବରର୍ଗଙ୍କ ଜନ୍ମଦିନ ଅବସରରେ ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଘୋଷଣା କରାଯାଇଥିଲା। ବର୍ତ୍ତମାନ ବିଶ୍ୱର ପ୍ରାୟ ଶହେଟି ରାଷ୍ଟ୍ର ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ହେପାଟାଇଟିସ୍‌ ରୋକିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।
ଲିଭର ବା ଯକୃତ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେସନ୍‌ କରିଥାଏ। ଏବେ ଯକୃତ ସହିତ ସମ୍ପୃକ୍ତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଏହାର କାରଣ। ଯକୃତ ଖରାପ ହୋଇଗଲେ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ ଅନ୍ୟ ଉପାୟ ନାହିଁ। ତେବେ ଯକୃତ ଅସୁସ୍ଥ ହେବାର ବହୁ କାରଣ ରହିଛି। ଭାଇରାଲ ହେପାଟାଇଟିସ୍‌ : ଏହା ଏ, ବି, ସି, ଡି ଏବଂ ଇ- ପାଞ୍ଚ ପ୍ରକାରର। ଯେଉଁ କେସ୍‌ରେ ଏକମାସ ମଧ୍ୟରେ ଲକ୍ଷଣ ପ୍ରକାଶପାଏ ତାକୁ ଆକ୍ୟୁଟ୍‌ ବୋଲି କହିଥାନ୍ତି ଏବଂ ଏଥିରେ ଯକୃତକୁ ରକ୍ଷା କରାଯାଇପାରେ। ତେବେ ଲକ୍ଷଣ ପ୍ରକାଶ ପାଇବା ୬ ମାସରୁ ଅଧିକ ହୋଇଗଲେ ଏହା କ୍ରୋନିକ୍‌ ହୋଇଯାଏ ଏବଂ ରୋଗୀ ପୂରା ସୁସ୍ଥ ହେବାର ଆଶା କ୍ଷୀଣ ରହେ। ଯେଉଁମାନଙ୍କୁ ପିଲାଦିନରୁ ଏହି ଇନ୍‌ଫେକ୍‌ସନ ହୋଇଥାଏ, ସେମାନେ ବଡ଼ ହେବା ପରେ ସାଧାରଣତଃ କ୍ରୋନିକ୍‌ ହେପାଟାଇଟିସ୍‌ରେ ପୀଡ଼ିତ ହୁଅନ୍ତି। ଉଭୟ ଭାଇରସ୍‌ ଯକୃତ ଉପରେ କୁପ୍ରଭାବ ପକାଇଥାଏ। ଅତ୍ୟଧିକ ମଦ୍ୟପାନ ଦ୍ୱାରା ଲିଭର କ୍ଷତିଗ୍ରସ୍ତ ହୋଇଥାଏ। ଏଥିରେ ଫାଇବ୍ରୋସିସ୍‌ ଦେଖାଯାଏ ଏବଂ ଲିଭର ସଙ୍କୁଚିତ ହେବାକୁ ଲାଗେ, ଯେଉଁଥିରେ ଛୋଟ-ବଡ଼ ଗଣ୍ଠି ମଧ୍ୟ ପଡ଼ିଯାଏ। ଏହା ହିଁ ହେଉଛି ଲିଭର ସିରୋସିସ୍‌। ପ୍ରତିଦିନ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ଯକୃତ କୋଷ କ୍ଷତିଗ୍ରସ୍ତ ହୋଇଥାଏ। ଏହାର ଚିକିତ୍ସା ସମ୍ଭବ ଥିଲେ ବି ପରେ ମଦ ଅଭ୍ୟାସ ନ ଛାଡ଼ିଲେ ଚିକିତ୍ସା ଆଉ ସମ୍ଭବ ହୁଏନାହିଁ। ଅଧିକ ତୈଳୀୟ ଖାଦ୍ୟ ଖାଉଥିବା ତଥା ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କର ଫ୍ୟାଟି ଲିଭର ଆଶଙ୍କା ଅଧିକ। ଏହି ଘଟଣା ପାଇଁ ମୋଟାପା ୭୦% ଦାୟୀ। ତେବେ ଏହାର ଆଉ କେତେକ କାରଣ ବି ଦେଖାଗଲାଣି। ୩୦-୪୦% ଯକୃତର କୋଷ କ୍ଷତିଗ୍ରସ୍ତ ହେବା ପରେ ଲକ୍ଷଣ ପ୍ରକାଶ ପାଇଥାଏ। ତେଣୁ ଯକୃତ ପରୀକ୍ଷଣ କରାଇ ନେବା ଜରୁରୀ। ଏହାକୁ ଅଟୋଇମ୍ୟୁନ୍‌ ହେପାଟାଇଟିସ୍‌ କୁହାଯାଏ। ଫ୍ୟାଟି ଲିଭର ପାଇଁ ଅଲ୍‌ଟ୍ରାସାଉଣ୍ଡ ଓ ଫାଇବ୍ରୋସ୍କାନ ପରୀକ୍ଷା କରିପାରିବେ। ରକ୍ତ ପରୀକ୍ଷାରୁ ଯକୃତ ସମ୍ବନ୍ଧରେ ଜଣାନପଡ଼ିଲେ ବିଶେଷଜ୍ଞମାନେ ବାୟୋପ୍‌ସିର ପରାମର୍ଶ ଦେଇଥାନ୍ତି। ଏଥିରେ ଯକୃତର କିଛି ଅଂଶ ଲାବୋରେଟରିକୁ ପଠାଯାଇ ପରୀକ୍ଷା କରାଯାଏ। ତେବେ ଯକୃତକୁ ସୁସ୍ଥ ରଖିବା ଲାଗି ସ୍ବଚ୍ଛ ପାଣି ପିଅନ୍ତୁ, ଦୂଷିତ ଖାଦ୍ୟରୁ ଦୂରେଇ ରହନ୍ତୁ, ବ୍ୟାୟାମ କରନ୍ତୁ, ସୁରକ୍ଷିତ ଶାରୀରିକ ସମ୍ପର୍କ ରଖନ୍ତୁ ଏବଂ ନିୟମିତ ବ୍ୟବଧାନରେ ୪୦ ବର୍ଷ ପରେ ଯକୃତ ପରୀକ୍ଷା କରାଇ ନିଅନ୍ତୁ। ସବୁଠାରୁ ବଡ଼ କଥା ମଦ୍ୟପାନରୁ ବିରତ ରୁହନ୍ତୁ।
ପ୍ରଫେସର, ହେପାଟୋଲଜି ବିଭାଗ,
ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri