ମନୁଷ୍ୟର ଭାଗ୍ୟ ବଦଳାଇଥାଏ ସଠିକ୍‌ ନାମ: ଜାଣନ୍ତୁ କିପରି

ନାମ ଜଣେ ବ୍ୟକ୍ତିର ମାନସିକ ଏବଂ ଶାରୀରିକ ଗଠନକୁ ପରିପ୍ରକାଶ କରିଥାଏ। ନାମରୁ ଜଣେ ବ୍ୟକ୍ତି ବିଷୟରେ ସବୁକିଛି ଜଣାପଡିଥାଏ। ବ୍ୟକ୍ତିର ସ୍ବାଭାବ, ଆକୃତି, ରଙ୍ଗ ଏବଂ ଗୁଣ ଆଦି। କହିବାକୁ ଗଲେ ନାମ ଜଣେ ବ୍ୟକ୍ତିର ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ।
ନାମ ପଛର ରହସ୍ୟ:
ଜଣେ ବ୍ୟକ୍ତିର ନାମ କେବଳ ମାତ୍ର ସଂଯୋଗ ନୁହେଁ, ଏହା ତାର କର୍ମ ଏବଂ ସଂସ୍କାର ଉପରେ ମଧ୍ୟ ନିର୍ଭର କରିଥାଏ। ଯେଉଁ ନାମରେ ଜଣେ ବ୍ୟକ୍ତି ଦୁନିଆରେ ପରିଚିତ ହୁଏ ଉକ୍ତ ନାମକୁ ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଜୀବନରେ ସମସ୍ତ ସମ୍ପର୍କ, ଆକର୍ଷଣ, ଉତ୍‌ଥାନ ପତନ ନାମ ଉପରେ ନିର୍ଭର କରିଥାଏ।
ନାମ ଭୁଲ ନାଁ ଠିକ:
କୌଣସି ନାମ ଭୁଲ କିମ୍ବା ଠିକ୍‌ ସେଭଳି କିଛି ନ ଥାଏ। ନିଜର ସଂସ୍କାର ଅନୁସାରେ ନାମ ମିଳିଥାଏ। ଯଦି ନାମର ଅର୍ଥ କୌଣସି ନକାରାତ୍ମକୁ ପ୍ରକାଶ କରୁଛି ତେବେ ତୁରନ୍ତ ନାମ ପରିବର୍ତ୍ତନ କରିଦେବା ଉଚିତ।
ଯଦି ନାମର ଅର୍ଥ ସକାରତ୍ମକତା ବ୍ୟକ୍ତ କରୁଛି ତେବେ ତୁରନ୍ତ ଆପଣ ମଧ୍ୟ ସେହି ସଂସ୍କାରର ହୋଇଯାଆନ୍ତୁ। ଏହାର ଭଲ ଫଳ ନିଶ୍ଚିନ୍ତ ଭାବେ ଆପଣ ପାଇପାରିବେ। ମାତ୍ର ଆପଣଙ୍କ ସ୍ବଭାବ ଯଦି ନାମର ବୀପରିତ ହୁଏ ତେବେ ଜୀବନରେ ସଂଘର୍ଷର ମାତ୍ରା ଅଧିକ ରହିଛି।
ନାମକରଣ ସମୟରେ ଏଥିପ୍ରତି ଧ୍ୟାନ ଦେବା ଉଚିତ:
ନାମର ଅର୍ଥ ସରଳ ଏବଂ ଭଲ ହେବା ଉଚିତ। ରାଶିର ନାମରେ କୌଣସି ବ୍ୟକ୍ତକୁ ଡାକିବା ଉଚିତ ନୁହେଁ। ସବୁବେଳେ ନାମକୁ ଠିକ୍‌ ଭାବେ ଉଚାରଣ କରିବା ଉଚିତ। ନିଜର ଜନ୍ମତିଥି ଏବଂ ଭାଗ୍ୟ ଅନୁଯାୟୀ ନାମରେ ସାମାନ୍ୟ ପରିବର୍ତ୍ତନ କରାଯାଇ ପାରିବ।