ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନାଙ୍କ ପରଲୋକ

ଓ୍ବାଶିଂଟନ୍‌, ୧୫ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନା ଟ୍ରମ୍ପ୍‌(୭୩)ଙ୍କ ଗୁରୁବାର ଅପରାହ୍ନରେ ନ୍ୟୁୟର୍କରେ ପରଲୋକ ହୋଇଛି। ଏ ନେଇ ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌ ସୋସିଆଲରେ ପୋଷ୍ଟ କରି ଜଣାଇଛନ୍ତି। ଇଭାନାଙ୍କୁ ଟ୍ରମ୍ପ୍‌ ୧୯୭୭ରେ ବିବାହ କରିଥିଲେ। ଇଭାନା ପୂର୍ବତନ ରାଷ୍ଟ୍ରପତିଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଟ୍ରମ୍ପ୍‌ ଅର୍ଗାନାଇଜେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଆମେରିକୀୟ ଅଭିନେତ୍ରୀ ମାର୍ଲା ମେପଲ୍‌ସଙ୍କ ସଂସ୍ପର୍ଶରେ ଟ୍ରମ୍ପ୍‌ ଆସିବା ପରେ ଇଭାନାଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଶେଷରେ ୧୯୯୯ରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ପରବର୍ତ୍ତୀ ସମୟରେ ଇଭାନା ପୋଷାକ, ଜୁଏଲାରୀ ଓ ପ୍ରସାଧନ ସାମଗ୍ରୀ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ଇଭାନା ଅନେକ ପୁସ୍ତକର ରଚୟିତା। ତାଙ୍କ ଦ୍ୱାରା ଲିଖିତ ‘ରେଜିଂ ଟ୍ରମ୍ପ୍‌’ ପାଠକୀୟ ଆଦୃତି ଲାଭ କରିଥିଲା। ଏହି ଦମ୍ପତ୍ତିଙ୍କ ୩ ସନ୍ତାନ ଅଛନ୍ତି। ଡୋନାଲ୍ଡ ଜୁନିୟର, ଇଭାଙ୍କା ଏବଂ ଏରିକ୍‌। ମୃତ୍ୟୁର କାରଣ ନେଇ ଟ୍ରମ୍ପ୍‌ର ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Share