Posted inଜାତୀୟ

‘ମୋ ସହ ୨ଥର ବିଶ୍ୱାସଘାତକତା ହୋଇଛି’

ପୁଣେ,୧୪।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏକ ବଡ଼ ଖୁଲାସା କରିଛନ୍ତି।
ଏକ କାର୍ଯ୍ୟକ୍ରମରେ ଫଡନଭୀସ କହିଛନ୍ତି, ମୋ ସହ ଦୁଇଥର ବିଶ୍ୱାସଘାତକତା କରାଯାଇଛି। ଉଦ୍ଧବ ଠାକରେ ପ୍ରଥମେ କରିଥିଲେ। ଆମେ ତାଙ୍କ ସହ ନିର୍ବାଚନ ଲଢିଥିଲୁ। ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ହେବେ, ସେତେବେଳେ ଉଦ୍ଧବ କରତାଳି ଦେଉଥିଲେ। ଯେତେବେଳେ ନିର୍ବାଚନ ଫଳାଫଳ ବାହାରିଲା, ସଂଖ୍ୟା ଦେଖି ସେମାନେ ଅନୁଭବ କଲେ ଯେ, ତାଙ୍କର ନିଜର ମୁଖ୍ୟମନ୍ତ୍ରୀ ରହିପାରିବେ। ଏହା ପରେ ସେ ମୋ ଫୋନ ମଧ୍ୟ ଉଠାଇ ନ ଥିଲେ। ମୋ ସହିତ ମଧ୍ୟ ଆଲୋଚନା କରି ନ ଥିଲେ। ମୁଖ୍ୟମନ୍ତ୍ରୀ ପଦର ଚେୟାର ତାଙ୍କ ପାଇଁ ଏତେ ପ୍ରିୟ ଥିଲା ଯେ ସେ ଜାତୀୟତାବାଦୀ କଂଗ୍ରେସ(ଏନସିପି) ଏବଂ କଂଗ୍ରେସ ସହିତ ଯାଇଥିଲେ।
ଦ୍ୱିତୀୟ ବିଶ୍ୱାସଘାତକତା ଏନସିପି ଦ୍ୱାରା କରାଯାଇଛି ବୋଲି ଫଡନାଭିସ କହିଛନ୍ତି। ତଥାପି, ମୁଁ ଏଥିପାଇଁ ସେମାନଙ୍କୁ କମ ଦାୟୀ କରେ। ତିନି ବର୍ଷ ପୂର୍ବେ ଯେତେବେଳେ ଭାଜପା ଏନସିପି ସହିତ ମିଶି ସରକାର ଗଠନ କରିଥିଲା ସେତେବେଳେ ଶରଦ ପାୱାର ମଧ୍ୟ ଏକମତ ଥିଲେ। କିନ୍ତୁ ନିଷ୍ପତ୍ତି ପରେ ସେମାନେ କିପରି ବଦଳିଲେ ଆପଣ ସମସ୍ତେ ଦେଖିଥିବେ।
ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଉଭୟ ମଧ୍ୟ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥିଲେ, କିନ୍ତୁ ପରେ ଶିବସେନା ଏବଂ ଭାଜପା ମଧ୍ୟରେ ମେଣ୍ଟ ହୋଇପାରିଲା ନାହିଁ। ଏହା ପରେ ଦେବେନ୍ଦ୍ର ଫଡନଭୀସ ଅଜିତ ପାୱାରଙ୍କ ସହଯୋଗରେ ସରକାର ଗଠନ କରିଥିଲେ। ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ସରକାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMS ରେ ଭର୍ତ୍ତି

ନୂଆଦିଲ୍ଲୀ,୨୬ା୧୨:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMS ରେ ଭର୍ତ୍ତି।

ପ୍ରେମିକାଙ୍କୁ ନିଜ ହାତରେ ହାଣି ହତ୍ୟା କଲା ପରେ ଏମିତି କଲେ ପ୍ରେମିକ

ଗୁଆହାଟି,୨୬ା୧୨: ସମଗ୍ର ଭାରତରେ ଏବେ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡର ଖବର ଆସିବା ଲାଗି ରହିଛି। ଗୁରୁବାର ସମାନ ଘଟଣାରେ ଆସାମ ରାଜଧାନୀ ଗୁଆହାଟୀରେ ଜଣେ...

CWC ବୈଠକରେ ପହଞ୍ଚିଲେ ନାହିଁ ସୋନିଆ-ପ୍ରିୟଙ୍କା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୧୨: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କର୍ନାଟକର ବେଲାଗାଭିରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ଯୋଗ ଦେଇନଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ...

ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video

କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା...

ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଦେଇଛନ୍ତି ଭୋଟ…ଲୋକ ସଭା ନିର୍ବାଚନର ସମ୍ପୂର୍ଣ୍ଣ ଡାଟା ଶେୟାର କଲେ ଇସି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ...

ଏକଲବ୍ୟଙ୍କ ପରି ଯୁବବର୍ଗଙ୍କ ଆଙ୍ଗୁଠି କାଟି ଦିଆଯାଉଛି: BPSC ପେପର ଲିକକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୧୨: ଡିସେମ୍ବର ୧୩ରେ ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା କରାଯାଇଥିବା ମିଳିତ ପ୍ରାଥମିକ ପରୀକ୍ଷା ବାତିଲ କରିବାକୁ ଦାବି କରିଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଟିଚାର୍ଜ...

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ...

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି?

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି? ନୂଆଦିଲ୍ଲୀ,୨୬।୧୨: ଭାରତର ଶତ୍ରୁ ମାସୁଦ ଅଜହରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri