Categories: ଖେଳ

ଗେଲ୍‌ଙ୍କ ପୁସ୍ତକରୁ ଗୋଟିଏ ପତ୍ର ନେଇଛି: ରୋହିତ

ଚେନ୍ନାଇ,୧୨ା୧୦: ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବାରେ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା। ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୫ ଛକା ମାରି ରୋହିତ ଏହି ରେକର୍ଡ ହାସଲ କରିଛନ୍ତି। ଛକା ମାରିବାରେ ଗେଲ୍‌ ତାଙ୍କର ପ୍ରେରଣା ବୋଲି କହିଛନ୍ତି ରୋହିତ । କ୍ରିସ୍‌ ଗେଲ୍‌ ଆକ୍ରମଣାତ୍ମକ କ୍ରିକେଟ ଖେଳିବାର ଏକ ପୁସ୍ତକ ହୋଇଥିବା ବେଳେ ମୁଁ ଏଥିରୁ ଗୋଟିଏ ପୃଷ୍ଠା ଅନୁସରଣ କରିବାକୁ ପ୍ରୟାସ କରିଛି ବୋଲି ରୋହିତ କହିଛନ୍ତି।

ଓ୍ବେଷ୍ଟଇଣ୍ଡିଜ୍‌ର ଗେଲ୍‌ ୫୫୧ ଇନିଂସରେ ୫୫୩ ଛକା ମାରିଥିବା ବେଳେ ରୋହିତ ତାଙ୍କୁ ପଛରେ ଛାଡିଛନ୍ତି। ନବୀନ ଉଲ୍‌ ହକ୍‌ଙ୍କୁ ପୁଲ୍‌ ଶଟ୍‌ ଜରିଆରେ ଛକା ମାରିବା ସହ ରୋହିତ ନିଜର ୪୭୩ ତମ୍‌ ଇନିଂସରେ ୫୫୬ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି। ଉଭୟ ଗେଲ୍‌ ଏବଂ ରୋହିତଙ୍କ ଜର୍ସି ନମ୍ବର ୪୫। ଅନ୍ୟ ଜଣେ ଜର୍ସି ନମ୍ବର ୪୫ ଖେଳାଳି ତାଙ୍କ ରେକର୍ଡ ଭାଙ୍ଗିଥିବାରୁ ଗେଲ୍‌ ନିଶ୍ଚିତ ଖୁସି ହୋଇଥିବେ ବୋଲି କହିଛନ୍ତି ରୋହିତ। କ୍ରିକେଟ କ୍ୟାରିୟର ଆରମ୍ଭ କରିବା ସମୟରେ ଛକା ମାରିବା ଏକ ଚ୍ୟାଲେଞ୍ଜ ରହିଥିଲା। ତେବେ ଅନେକ ପରିଶ୍ରମ କରିବା ସହିତ ଛକା ମାରିବାର କଳା ଉପରେ ନିୟନ୍ତ୍ରଣ ଆସିଛି। ସେହିପରି ଆଫଗାନିସ୍ତାନ ମ୍ୟାଚରେ ବୋଲରଙ୍କ ପ୍ରଦର୍ଶନକୁ ନେଇ ରୋହିତ ସନ୍ତୋଷ ପ୍ରକାଶ କରିଛନ୍ତି।

Share