ଅଙ୍କିତ ନୁହନ୍ତି, ଷ୍ଟାନଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ପ୍ରିୟଙ୍କା

ବମ୍ବେ: ବିଗ୍‌ବସ୍‌ ଜିତି ନାହାନ୍ତି ସତ, ହେଲେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଆମେ କହୁଛୁ ବିବାଦୀୟ ରିଆଲିଟି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ କଥା। ଶୋ’ ଶେଷ ହେବା ପରେ ଅନେକ ସାକ୍ଷାତକାର ଦେଉଛନ୍ତି ସେ। ସେଥିରୁ ଗୋଟିଏରେ ସେ ଅଭିନେତା ଅଙ୍କିତ ନୁହନ୍ତି ବରଂ ଅନ୍ୟ ଦୁଇଜଣଙ୍କ ସହ ଡେଟ୍‌ରେ ଯିବାକୁ ଚାହିଁବେ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି। ସେମାନେ ହେଲେ ଏମ୍‌ସି ଷ୍ଟାନ ଏବଂ ଅବ୍ଦୁ ରୋଜିକ୍‌।

ଷ୍ଟାନ ବହୁତ ବାସ୍ତବବାଦୀ। ତାଙ୍କ ହୃଦୟ ସଫା। ସେହିଭଳି ଅବ୍ଦୁ ମଧ୍ୟ ତାଙ୍କୁ ବହୁତ ପସନ୍ଦ। ଏଣୁ ଉଭୟଙ୍କ ସହ ଅଙ୍କିତଙ୍କ ବଦଳରେ ଡେଟ୍‌ କରିବାକୁ ଚାହିଁବେ ବୋଲି ପ୍ରିୟଙ୍କା କହିଛନ୍ତି।

ପୂର୍ବରୁ ଅନେକ ଥର ବିଗବସ୍‌ ବିଜେତା ଷ୍ଟାନ ପ୍ରିୟଙ୍କାଙ୍କ ସୁନ୍ଦରତାର ପ୍ରଶଂସା କରିସାରିଛନ୍ତି। ଏପରିକି ତାଙ୍କ ସହ ଏକ ମ୍ୟୁଜିକ ଭିଡିଓ କରିବେ ବୋଲି ସେ କହିଛନ୍ତି। ଏମିତିରେ ଦୁହେଁ କେବେ ଏକାଠି ହେବେ ପ୍ରଶଂସକ ତାକୁ ଅପେକ୍ଷା କରିଛନ୍ତି।

Share