ନୂଆଦିଲ୍ଲୀ,୧୫।୨(ପି.ଟି): ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟାରଙ୍କୁ ଫିଟ୍ ଘୋଷଣା କରିଛି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ)। ବାଂଲଦେଶ ବିପକ୍ଷ ସିରିଜରେ ଆୟରଙ୍କ ପ୍ରଦର୍ଶନ ବେଶ ବଢିଆ ଥିଲେ ମଧ୍ୟ ଲୋୟର ବ୍ୟାକ୍ ସମସ୍ୟା କାରଣରୁ ସେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜରୁ ବାଦ ପଡିଥିଲେ। ଏନ୍ସିଏରେ ରିହାବିଲିଟେସନ କାରଣରୁ ନାଗପୁରରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ। ମଙ୍ଗଳବାର ବିସିସିଆଇ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଆୟର ବର୍ତ୍ତମାନ ଫିଟ ଅଛନ୍ତି ଏବଂ ଦିଲ୍ଲୀ ଟେଷ୍ଟ ମ୍ୟାଚ ପୂର୍ବରୁ ସେ ଭାରତୀୟ ଦଳରେ ଯୋଗ ଦେଇ ପାରିବେ। ଏନ୍ସିଏରେ ଆୟର ନିଜ ରିହାବ୍ ପୂରଣ କରିବା ସହିତ ବିସିସିଆଇ ମେଡିକାଲ ଟିମ୍ ପକ୍ଷରୁ କ୍ଲିଅରାନ୍ସ ମିଳିଥିବା ନେଇ ବିସିସିଆଇ ସମ୍ପାଦକ ଜୟ ଶାହା ଟୁଇଟ୍ କରି ସୂଚନା ଦେଇନ୍ତି।