Categories: ଖେଳ

ଅଷ୍ଟ୍ରେଲିଆ ଆଗରେ ୪୦୦ ରନ୍‌ର ବିଜୟ ଟାର୍ଗେଟ୍‌

ଇନ୍ଦୋର,୨୪।୯: ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଶୁଭମାନ ଗିଲ ଏବଂ ଶ୍ରେୟାସ ଆୟରଙ୍କ ଦମ୍‌ଦାର ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୫ ଉଇକେଟ୍‌ ହରାଇ ୩୯୯ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ଅଷ୍ଟ୍ରେଲିଆ ଆଗରେ ୪୦୦ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ଭାରତ।

ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ଆମନ୍ତ୍ରଣ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ଭାରତକୁ ପ୍ରାରମ୍ଭିକ ଝଟକ୍‌ ଲାଗିଥିଲା। ଋତୁରାଜ ଗାଏକ୍ୱାଡ ମାତ୍ର ୮ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ବ୍ୟାଟର ଶୁଭମାନ ଗିଲ ଏବଂ ଶ୍ରେୟାସ ଆୟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଆଗକୁ ନେଇଥିଲେ। ଶୁଭମାନ ୯୭ ବଲ୍‌ ଖେଳି ୬ ଚୌକା ଏବଂ ୪ ଛକା ସହାୟତାରେ ୧୦୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଶ୍ରେୟାସ ୯୨ ବଲ୍‌ ଖେଳି ୧୧ ଚୌକା ଏବଂ ୩ ଛକା ସହାୟତା ୧୦୫ ରନ୍‌ କରିଥିଲେ। ଅଧିନାୟକ କେ.ଏଲ ରାହୁଲ ୫୨ ରନ୍‌ କରିଥିବା ବେଳେ ଇଶାନ୍‌ କିଷନ୍‌ ୩୧ ରନ୍‌ କରିଥିଲେ। ଶେଷ ବେଳକୁ ସୂର୍ଯ୍ୟକୁମାର ଯାଦବ ଧୂଆଁଧାର ବ୍ୟାଟିଂ କରି ୩୭ ବଲ୍‌ ଖେଳି ୬ ଚୌକା ଏବଂ ୬ ଛକା ସହାୟତାରେ ୭୨ ରନ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ନଟ୍‌ ଆଉଟ ରହିଥିଲେ। ରବିନ୍ଦ୍ର ଜାଡେଜା ୧୩ ରନ୍‌ କରି ସେ ମଧ୍ୟ ନଟ୍‌ ଆଉଟ୍‌ ରହିଥିଲେ। ଫଳରେ ଭାରତ ୩୯୯ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆର କ୍ୟାମେରନ ଗ୍ରୀନ ସର୍ବାଧିକ ୨ଟି ଉଇକେଟ୍‌ ନେଇଥିବା ବେଳେ ଜୋସ୍‌ ହେଜେଲ ହୁଡ୍‌ , ସେନ୍‌ ଆବଟ୍‌, ଆଦାମ୍‌ ଜାମ୍ପା ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

Share