ନୂଆଦିଲ୍ଲୀ,୭ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଗୋଟିଏ ପଟେ ବିଶ୍ୱବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅନ୍ୟପଟେ ଏହାକୁ କଡା ଜବାବ ଦେବାକୁ ଆସି ଯାଇଛି ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ୍ ଭ୍ୟାକ୍ସିନ । ଏହି ଭ୍ୟାକ୍ସିନ ଡେଲ୍ଟା ଭାରିଏଣ୍ଟ ଉପରେ ଭଲ କାମ କରିବ ବୋଲି ଜଣାପଡିଛି । ଦକ୍ଷିଣ ଆଫ୍ରିକାରେ ହୋଇଥିବା ଏକ କ୍ଲିନିକାଲ ଟ୍ରାଏଲରେ ଏହା ସାମ୍ନାକୁ ଆସିଛି । ଏହି ଭ୍ୟାକ୍ସିନ ଡେଲ୍ଟା ଭାରିଏଣ୍ଟରେ ହେଉଥିବା ମୃତ୍ୟୁ ହାରକୁ କମ କରିବ ବୋଲି କୁହାଯାଉଛି । ଦକ୍ଷିଣ ଆଫ୍ରିକାରେ କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ ଜନସନ ଆଣ୍ଡ ଜନସନ ଭ୍ୟାକ୍ସିନ ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୭୧ ପ୍ରତିଶତ ବଞ୍ଚାଇପାରିବ । ୱାଲ ଷ୍ଟ୍ରିଟ ଜର୍ନାଲର ରିପୋର୍ଟ ଅନୁଯାୟୀ. ଏବେ ଏହି ରିସର୍ଚ୍ଚର ଡାଟା କୌଣସି ବୈଜ୍ଞାନିକ ପତ୍ରିକାରେ ଛପାଯାଇ ନାହିଁ ।