Categories: ଜାତୀୟ

ପ୍ରତିଶୋଧ ନେଲା ଭାରତୀୟ ସେନା: ୮ ପାକ୍ ସେନା ନିହତ

ଶ୍ରୀନଗର,୧୩ ।୧୧: ପାକିସ୍ତାନ ପକ୍ଷରୁ ଶୁକ୍ରବାର ସୀମାରେ ପୁଣିଥରେ ଅନ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ନର୍ଥ କଶ୍ମୀରରେ ଏଲ୍‌ଓସିକୁ ଲାଗି ରହିଥିବା ୩ଟି ସେକ୍ଟରରେ ପାକିସ୍ତାନ ପଟରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ୩ ଯବାନ ଶହୀଦ ହେବା ସହ ଏମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ବିଏସ୍‌ଏଫ୍ ଏସ୍‌ଆଇ ଓ ଦୁଇ ଯବାନ । ଏହାସହ ୩ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଛି । ଯେଉଁଥିରେ ପାକିସ୍ତାନର ୭- ଯବାନ ନିହତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରେ ୨-୩ ଜଣ ଏସ୍‌ଏସ୍‌ଜି କମାଣ୍ଡର ଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଉରିଠାରୁ ଗୁଜର ପର୍ଯ୍ୟନ୍ତ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା ।

Share