Categories: ଜାତୀୟ

ଜେ ପି ନଡ୍ଡା ରାଜ୍ୟ ସଭା ନେତା ନିଯୁକ୍ତ

ନୂଆଦିଲ୍ଲୀ,୨୭।୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ରାଜ୍ୟ ସଭାର ନେତା ଭାବେ ଗୁରୁବାର ନିଯୁକ୍ତ କରାଯାଇଛି। ଉଚ୍ଚ ସଦନର ୨୬୪ତମ ଅଧିବେଶନରେ ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହିଥିଲେ।

ତେବେ ପୂର୍ବରୁ ନଡ୍ଡାଙ୍କୁ ଗୃହର ନେତା ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ରାଜ୍ୟ ସଭାରେ ଜଣାଇ ଦିଆଯାଇଥିଲା।

Share