ଜାନ୍‌ଙ୍କୁ ଦେଖି ଚିହ୍ନିପାରୁନାହାନ୍ତି ଅନେକ; ପଛରେ ରହିଛି ଏଭଳି…

ବମ୍ବେ: ବର୍ତ୍ତମାନ ସମୟରେ ଫିଟ୍‌ ରହିବା ହେଉଛି ବଡ଼ ଆହ୍ବାନ। ହେଲେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଛନ୍ତି ଅନେକ ସେଲିବ୍ରିଟି। ବିଗ୍‌ ବସ୍‌ ସିଜନ-୧୪ରେ ଭାଗ ନେଇଥିବା ଜାନ କୁମାର ସାନୁ ଏବେ ସେଭଳି କିଛି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ପ୍ରତିଯୋଗୀ ହିସାବରେ ସାମିଲ ହେବା ସମୟରେ ତାଙ୍କ ଓଜନ ଥିଲା ୯୨ କିଗ୍ରା। ହେଲେ ସେ ୨୨ କିଗ୍ରା ଓଜନ ହ୍ରାସ କରିଛନ୍ତି।

ଜାନ୍‌ ନିଜର ଟ୍ରାନ୍ସଫରମେଶନକୁ ନେଇ କହିଛନ୍ତି, ଲକ୍‌ଡାଉନ୍‌ ସମୟରେ ସେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରିଥିଲେ। ଏଣୁ ସେ ଅଧିକ ସମୟ ଓ୍ବାର୍କଆଉଟ୍‌, ସଙ୍ଗୀତ ଏବଂ ନୂଆ ନୂଆ ଜିନିଷ ଉପରେ ଦେଉଥିଲେ। ବିଗ୍‌ବସ୍‌ରୁ ଫେରିବା ପରେ ସେ ନିଜର ଓଜନକୁ ନିୟନ୍ତ୍ରଣ କରିବା ଉଚିତ ବୋଲି ଭାବିଥିଲେ। ଗାୟକ ହୋଇଥିବାରୁ ତାଙ୍କୁ ଫିଟ୍‌ ରହିବାର ଆବଶ୍ୟକତା ଥିବା ଅନୁଭବ କରିଥିଲେ। ଶେଷରେ ତାହା ହିଁ ହୋଇଛି। ଜାନ୍‌ ଏବେ ନିଜକୁ ବେଶ୍‌ ସୁସ୍ଥ ଥିବା ଅନୁଭବ କରୁଛନ୍ତି। ଖାଇବାପିଇବାଠାରୁ ଆରମ୍ଭ କରି ବ୍ୟାୟାମ ଉପରେ ସେ ଗୁରୁତ୍ୱ ଦେଉଛନ୍ତି।

Share