ଏତେ ବଦଳି ଗଲେଣି କରିନାଙ୍କ ଅନ୍‌ସ୍କ୍ରିନ୍‌ ଭଉଣୀ

ବମ୍ବେ: ବଦଳିଗଲେଣି ‘ଜବ ଉଇ ମେଟ୍‌’ରେ ନାୟିକା କରିନା କପୁରଙ୍କ ଭଉଣୀ ଭୂମିକାରେ ନଜର ଆସିଥିବା ଭାମିକା ଗାବି। ଦିନକୁ ଦିନ ସେ ବେଶ ସୁନ୍ଦରୀ ଲାଗୁଥିବା ବେଳେ ଅଭିନୟରେ ନୂଆ ନୂଆ ସୋପାନ ଅତିକ୍ରମ କରୁଛନ୍ତି। ପଞ୍ଜାବୀ ସିନେମାଜଗତରେ ହଲଚଲ ସୃଷ୍ଟି କରିବା ପରେ ଏବେ ସେ ବଲିଉଡ୍‌ରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ଲାଗି ପ୍ରସ୍ତୁତ। ଖୁବ୍‌ଶୀଘ୍ର ବିଶାଳ ଭରଦ୍ୱାଜଙ୍କ ଫିଲ୍ମ ‘ଖୁଫିଆ’ରେ ସେ ନଜର ଆସିବେ। କେବଳ ଏତିକି ନୁହେଁ ଆମାଜନ ପ୍ରାଇମ୍‌ ଭିଡିଓରେ ପ୍ରସାରିତ ହେବାକୁ ଥିବା ଓ୍ବେବ୍‌ ସିରିଜ୍‌ରେ ସେ କାମ କରିଛନ୍ତି। ମେ’ ୧୩ରେ ଏହା ପରଦାକୁ ଆସିବ।
ଚଳିତ ବର୍ଷ ଭାମିକା ନେଟଫ୍ଲିକ୍ସର ଫିଲ୍ମ ମାଇଁ, ଡିଜ୍ନି ପ୍ଲସ ହଟ୍‌ଷ୍ଟାରର ‘ଗ୍ରହଣ’ ଆଦିରେ ଅଭିନୟ କରିଛନ୍ତି। ଏବେ ସେ କ୍ରାଇମ ଥ୍ରିଲର ‘ଖୁଫିଆ’ରେ ଅଲି ଫେଜଲ ଏବଂ ତବ୍ବୁଙ୍କ ସହ ନଜର ଆସିବେ। ଏଥିପାଇଁ ସେ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।
୨୦୦୭ରେ ରିଲିଜ ହୋଇଥିବା ‘ଜବ ଉଇ ମେଟ୍‌’ରେ ନଜର ଆସିଥିଲେ ସେ। ତାଙ୍କ ଭୂମିକା ଥିଲା ‘ଗୀତ’ର। ଏହାପରେ ସେ ଅନେକ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି।
Share