ଆସିବ ‘ଜବ୍‌ ଉଇ ମେଟ୍‌’ ସିକୁଏଲ, ପୁଣି ଏକାଠି ନଜର ଆସିବେ ଶାହିଦ-କରିନା !

ବମ୍ବେ: ଇମ୍‌ତିଆଜ ଅଲ୍ଲିଙ୍କ ଚଳଚ୍ଚିତ୍ର ‘ଜବ ଉଇ ମେଟ୍‌’ ବଲିଉଡର ସୁପରହିଟ୍‌ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏଥିରେ ଶାହିଦ କପୁର ଏବଂ କରିନା କପୁରଙ୍କ ଯୋଡ଼ି ଜବରଦସ୍ତ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟ ଜିତିଥିଲା। ବିଶେଷକରି ‘ଗୀତ୍‌’ ଚରିତ୍ରକୁ ନେଇ ଆକାଶ ଛୁଇଁଥିଲା କରିନାଙ୍କ ଲୋକପ୍ରିୟତା। ‘ଗଦର ୨’ର ସଫଳତା ପରେ ଏହି ଫିଲ୍ମର ସିକୁଏଲ୍‌ ଆସୁ ବୋଲି ଦର୍ଶକେ ଚାହୁଁଥିଲେ। ଏବେ ନିର୍ମାତା ‘ଜବ ଉଇ ମେଟ୍‌’ ସିକୁଏଲ ଆଣିବା ନେଇ ବିଚାର କରୁଥିବା ଜଣାପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟବିନାୟକ ପ୍ରୋପରାଇଟର ରାଜ ମେହେଟ୍ଟା ଓରଫ ଗାନ୍ଧାର ଫିଲ୍ମର ସିକୁଏଲ୍‌ ଲାଗି ଯୋଜନା କରୁଛନ୍ତି। ଏଥିରେ ଶାହିଦ, କରିନା, ଇମ୍‌ତିଆଜ୍‌ ଏକାଠି କାମ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଇମ୍‌ତିଆଜ ସିକୁଏଲକୁ ନିର୍ଦ୍ଦେଶନା ଦେଇପାରନ୍ତି।

କିଛି ଦିନ ତଳେ ଶାହିଦଙ୍କୁ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଇମ୍‌ତିଆଜଙ୍କ ସହ କାମ କରିବାକୁ ନେଇ କରିଥିଲେ ପ୍ରଶ୍ନ। ଜବାବରେ ଅଭିନେତା ‘ସ୍ମାଟ୍‌ ବୟ’ ବୋଲି କହିଥିଲେ। ଏଣୁ ଆଗାମୀ ଦିନରେ ଶାହିଦ-କରିନା ଏକାଠି ଆସିଲେ ତାହା ପ୍ରଶଂସକଙ୍କ ପାଇଁ ବଡ ଟ୍ରିଟ୍‌ ହେବ।

Share