ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଯବାନ୍‌’

ଅଭିନେତା ଶାହାରୁଖ ଖାନଙ୍କ ସୁପରହିଟ୍‌ ଫିଲ୍ମ ‘ଯବାନ୍‌’ ବକ୍ସ ଅଫିସରେ ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହି ଫିଲ୍ମ ବକ୍ସ ଅଫିସରେ ୧୧୦୦ କୋଟିରୁ ଅଧିକ ଆୟ କରିଛି। ଏବେ ଏହି ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ନଭେମ୍ବର ୨ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ‘ଯବାନ୍‌’ର ଓଟିଟି ସଂସ୍କରଣ ତିନି ଘଣ୍ଟାରୁ ଅଧିକ ହେବ। ଏହାର ଥିଏଟର ସଂସ୍କରଣ ଦୁଇ ଘଣ୍ଟା ୪୫ ମିନିଟ ଥିଲା। ପ୍ରଶଂସକମାନେ ନେଟଫ୍ଲିକ୍ସରେ ଫିଲ୍ମର ଅତିରିକ୍ତ ୨୦ ମିନିଟ ଦେଖିବାକୁ ପାଇବେ। ଏହି ସୂଚନା ଫିଲ୍ମର ନିର୍ଦ୍ଦେଶକ ଏଟଲି କୁମାର ପ୍ରଦାନ କରିଛନ୍ତି।
୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିଛି। ଫିଲ୍ମରେ ସୁପରଷ୍ଟାର ଶାହରୁଖ ଦମଦାର ଆକ୍ସନ ରହିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶିତ ‘ଯବାନ’ ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଏବଂ ତା’ ସହିତ ବିଜୟ ସେତୁପତିଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିଛି।

Share