ଓ୍ବାଶିଂଟନ, ୬ା୬: ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିର ରବର୍ଟ ଏଫ୍. କେନେଡି ଜୁନିୟରଙ୍କ ପ୍ରାର୍ଥତ୍ତ୍ୱକୁ ଟୁଇଟରର ସହପ୍ରତିଷ୍ଠାତା ଜାକ୍ ଡୋର୍ସି ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛନ୍ତି। ୨୦୨୪ ନିର୍ବାଚନରେ ରବର୍ଟ ଏଫ୍ କେନେଡି ଜୁନିୟର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡିସାଣ୍ଟିସ୍ଙ୍କୁ ପରାସ୍ତ କରିପାରିବେ ବୋଲି କରିଥିବା ଯୁକ୍ତିକୁ ଡୋର୍ସି ରିଟୁଇଟ୍ କରିବା ସହ ‘ସେ ପାରିବେ ଓ ପରାସ୍ତ କରିବେ’ ବୋଲି କମେଣ୍ଟରେ ଲେଖିଛନ୍ତି। ସେ କ’ଣ କେନେଡିଙ୍କୁ ସମର୍ଥନ କରନ୍ତି ନା କେବଳ ପୂର୍ବାନୁମାନ କରୁଛନ୍ତି ବୋଲି ପ୍ରଶ୍ନ ହେବାରୁ ‘ଉଭୟ’ ବୋଲି ଡୋର୍ସି କହିଥିଲେ।