ଟୋକିଓ,୧ା୫: ‘ଆଲିବାବା ଗ୍ରୁପ୍ ହୋଲ୍ଡିଂ ଲିମିଟେଡ’ର ସହ-ପ୍ରତିଷ୍ଠାତା ତଥା ଚାଇନା ବିଲିୟନେୟାର୍ ଜ୍ୟାକ୍ ମା’ ‘ୟୁନିଭର୍ସିଟି ଅଫ୍ ଟୋକିଓ’ର ‘ଟୋକିଓ କଲେଜ’ରେ ଗବେଷଣା କରିବା ସହିତ ପିଲାଙ୍କୁ ଶିକ୍ଷାଦାନ କରିବେ ବୋଲି ବିଶ୍ବବିଦ୍ୟାଳୟ ଓ୍ବେବ୍ସାଇଟ୍ରୁ ଜଣାପଡ଼ିଛି।
ଜ୍ୟାକ୍ ମା ଗବେଷଣା କ୍ଷେତ୍ରରେ ପରାମର୍ଶ ଦେବା ସହିତ ମ୍ୟାନେଜମେଣ୍ଟ ଏବଂ ବ୍ୟାବସାୟିକ ଷ୍ଟାର୍ଟ-ଅପ୍ ବିଷୟରେ ଶିକ୍ଷା ଦେବେ। ବିଶେଷକରି ସେ ନିରନ୍ତର କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଗବେଷଣା କରିବେ ଏବଂ ଉଦ୍ୟୋଗିତା ଏବଂ ନବୀକରଣ ବିଷୟରେ ସେମିନାର୍ ଦେବେ ବୋଲି ବିଶ୍ୱବିଦ୍ୟାଳୟ କହିଛି। ସୋମବାର ଅର୍ଥାତ୍ ମେ’ ପହିଲାରୁ ଅକ୍ଟୋବର ପର୍ଯ୍ୟନ୍ତ ଟୋକିଓ ବିଶ୍ୱବିଦ୍ୟାଳୟରେ ଜ୍ୟାକ୍ ମା ପାଠ ପଢ଼ାଇବେ।