ଜାକି ଚାନ୍‌ଙ୍କ ଜିନ୍‌ପିଙ୍ଗ୍‌ ପ୍ରେମ

ହଲିଉଡ୍‌ ଆକ୍ସନ ଅଭିନେତା ତଥା ଚାଇନାର ଜାକି ଚାନ୍‌ ଏବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଦଳ ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ର ସଦସ୍ୟ ହେବାକୁ ଚାହୁଁଥିବା କହିଛନ୍ତି। ୨୦୧୯ରେ ହଂକଂରେ ଗଣତନ୍ତ୍ର ସମର୍ଥକଙ୍କୁ ବିରୋଧ କରି ଚାନ୍‌ ବିଶ୍ୱସ୍ତରରେ ସମାଲୋଚନାର ଶିକାର ହୋଇଥିଲେ। ଏକ ସାକ୍ଷାତକାରରେ ଚାଇନା ଫିଲ୍ମ ଆସୋସିଏଶନର ଉପାଧ୍ୟକ୍ଷ ୬୭ ବର୍ଷୀୟ ଚାନ୍‌ କହିଛନ୍ତି, ସିପିସି ଯାହା କହିଥାଏ ତାହା କରିଦେଖାଏ। ଶହେ ବର୍ଷ ଭିତରେ ଯେଉଁ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥାଏ ତାହାକୁ ମାତ୍ର କିଛି ବର୍ଷରେ ପୂରଣ କରିଦିଏ। ତେଣୁ ସେ ସିପିସିରେ ମିଶିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। ତେବେ ସିପିସିକୁ ଚାନ୍‌ଙ୍କ ସମର୍ଥନ ନୂଆ ନୁହେଁ। ଚାଇନିଜ୍‌ ପିପୁଲ୍ସ ପଲିଟିକାଲ କନଫରେନ୍ସ(ସିପିପିସିସି)ର ମଧ୍ୟ ସଦସ୍ୟ ରହିସାରିଛନ୍ତି।

Share