ପରିନ୍ଦା ଫିଲ୍ମରେ ଅନୀଲଙ୍କୁ ୧୭ ଥର ଚଟକଣି ମାରିଥିଲେ ଜ୍ୟାକି

ମୁମ୍ବାଇ, ୧।୨: ଜଗୁ ଦାଦାରୁ ବଲିଉଡ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫଙ୍କୁ ସୋମବାର ୬୪ ବର୍ଷ ପୂରଣ ହୋଇଛି। ସେ ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୭ ଫେବୃୟାରୀ ୧ରେ ସେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ କିଶନ କାକୁଭାଇ ଶ୍ରଫ ଥିଲା। ପ୍ରାରମ୍ଭିକ ଜୀବନରେ ଅନେକ ସଂଘର୍ଷ ପରେ ସେ ବଲିଉଡ୍‌ରେ ହିରୋ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ବେଶ ସଫଳ ରହିଥିଲା। ତାଙ୍କ ପିତା କାକୁଭାଇ ହରିଭାଇ ଶ୍ରଫ ଗୁଜରାଟି ଥିବାବେଳେ ମା’ ହୁର୍ନିସା ଜଣେ ତୁର୍କୀ ମୁସଲମାନ ଥିଲେ। ଜ୍ୟାକି ଆୟେଶା ଶ୍ରଫ୍‌ଙ୍କୁ ବିବାହ କରିଥିଲେ। ଗତ ୪ ଦଶନ୍ଧି ଧରି ହିନ୍ଦୀ ଫିଲ୍ମରେ ଜ୍ୟାକି ଅଭିନୟ କରିଆସୁଛନ୍ତି। ସେ ହିନ୍ଦୀ, କୋଙ୍କଣୀ, କନ୍ଣଡ, ମରାଠୀ, ଓଡ଼ିଆ, ପଞ୍ଜାବୀ, ବଙ୍ଗଳା, ମାଲାୟାଲମ, ତାମିଲ, ତେଲୁଗୁ, ଭୋଜପୁରୀ ଓ ଗୁଜରାଟୀ ଆଦି ୧୧ଟି ଭାଷାରେ ୨୨୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଅଭିନେତା ଅନୀଲ କପୁରଙ୍କ ସହିତ ସେ ବହୁ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ପରିନ୍ଦା ଫିଲ୍ମରେ ଅନୀଲଙ୍କ ସହିତ ଅଭିନୟ ସମୟରେ ଏକ ରୋଚକ ଘଟଣା ଘଟିଥିଲା। ସେ ଅନୀଲଙ୍କ୍‌ୁ ୧୭ ଥର ଚଟକଣି ମାରିଥିଲେ। ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ନିଦ୍ଦେର୍ଶିତ ଏହି ଫିଲ୍ମରେ ଏଭଳି ଘଟିଥିଲା।

Share