Posted inଫୁରସତ

ଜ୍ୟାକବ୍‌ ପିନାଙ୍କ ଜାଦୁ ଆଙ୍ଗୁଠି: ନିଜ ଇଛା ଅନୁସାରେ କରିପାରନ୍ତି ଛୋଟ-ବଡ଼

କିଛି ଲୋକଙ୍କ ଭିତରେ ଏମିତି କିଛି ସ୍ବତନ୍ତ୍ରତା ଥାଏ, ଯାହା ସେମାନଙ୍କୁ ଭିନ୍ନ ପରିଚୟ ଦେଇଥାଏ। ଆମେରିକା ମାସାଚୁସେଟ୍‌ରେ ରହୁଥିବା ଜ୍ୟାକବ୍‌ ପିନା ହେଉଛନ୍ତି ସେମିତି ଜଣେ ଯୁବକ। ତାଙ୍କ ପାଖରେ ଅଛି ଏମିତି ଏକ ଖାସ୍‌ ସ୍ବତନ୍ତ୍ରତା, ଯାହାକୁ ନ ଦେଖିଲେ ବିଶ୍ୱାସ କରି ହେବନି। କାରଣ ତାଙ୍କର ଅଛି ଏକ ଜାଦୁ ଆଙ୍ଗୁଠି, ଯାହାକୁ ସେ ନିଜ ଇଛା ଅନୁସାରେ ବଡ଼ ଓ ଛୋଟ କରିପାରନ୍ତି। ଭାବୁଥିବେ ଏମିତି କ’ଣ କେବେ ସମ୍ଭବ। କିନ୍ତୁ ସୋସିଆଲ ମିଡିଆରେ ଶେୟାର କରିଥିବା ତାଙ୍କର ଭିଡିଓ ଓ ଫଟୋ ଦେଖିଲେ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ ଯେ, ସତରେ ସେ ସବୁ ମଣିଷଙ୍କଠାରୁ ଭିନ୍ନ ଓ ସ୍ବତନ୍ତ୍ର। ତାଙ୍କର ଏଇ ଇଶ୍ୱରପ୍ରଦତ୍ତ ସ୍ବତନ୍ତ୍ରତା ଯୋଗୁ ସେ ନିଜ ଆଙ୍ଗୁଠିକୁ ନିର୍ଦ୍ଦେଶ ଦେଇ ୫.୫ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା କରିପାରନ୍ତି। ଆଉ ଚାହିଁଲେ ତାକୁ ସାଧାରଣ ଆକାରକୁ ବି ଫେରାଇ ଆଣିପାରନ୍ତି। ଏହି ଦୃଶ୍ୟକୁ ଦେଖିଲେ ଜାଦୁ ଦେଖିଲା ପରି ମନେ ହେବ। ଖାଲି ସେତିକି ନୁହେଁ ସେ ତାଙ୍କ ଆଙ୍ଗୁଠିକୁ ମୋଡିବା ସହ ଭାଙ୍ଗି ମଧ୍ୟ ପାରନ୍ତି। ଆଉ ତାକୁ ଠିକ୍‌ ମଧ୍ୟ କରିପାରନ୍ତି। ତେବେ ଅନେକେ କହନ୍ତି ଏହା ଜେନେଟିକ୍‌ସ ପାଇଁ ସମ୍ଭବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri