ମୁମ୍ବାଇରେ ନୂଆ ଘର କିଣିଲେ ଜ୍ୟାକ୍‌ଲିନ୍‌, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିସ୍‌ ମୁମ୍ବାଇର ବାନ୍ଦ୍ରା ଓ୍ବେଷ୍ଟରେ ଏକ ନୂଆ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଏହି ଘର ପାଲି ହିଲ୍‌ ଅଞ୍ଚଳରେ ଅବସ୍ଥିତ। ଯେଉଁଠାରେ ବହୁ ବଲିଉଡ୍‌ ଷ୍ଟାର ବି ରହୁଛନ୍ତି। ରିପୋର୍ଟ ଅନୁଯାୟୀ, ଜ୍ୟାକ୍‌ଲିନ୍‌ଙ୍କ ନୂଆ ଘରେ ଏକ ପୁଲ, ଜିମ୍‌ ଏବଂ ସୁନ୍ଦର କୋଠରିସବୁ ରହିଛି। ରବିବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜ୍ୟାକ୍‌ଲିନ୍‌ଙ୍କ ଘର ଦେଖିବାକୁ ମିଳିଛି। ତେବେ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ ନୂଆ ଘର ବିଷୟରେ କୌଣସି ବିବୃତ୍ତି ଦେଇନାହାନ୍ତି।

ରଣବୀର କପୁର-ଆଲିଆ ଭଟ୍ଟ, କରୀନା କପୁର-ସୈଫ୍‌ ଅଲି ଖାନଙ୍କ ଭଳି ଷ୍ଟାର ଜ୍ୟାକ୍‌ଲିନ୍‌ଙ୍କ ଘର ନିକଟରେ ରହୁଛନ୍ତି। ସଲମାନ ଖାନ ଏବଂ ଶାହାରୁଖ ଖାନ୍‌ଙ୍କ ଆପାର୍ଟମେଣ୍ଟ ମଧ୍ୟ ଜ୍ୟାକ୍‌ଲିନ୍‌ଙ୍କ ଘରଠାରୁ କିଛି ଦୂରରେ ରହିଛି। ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଖୁବ୍‌ଶୀଘ୍ର ଏହି ଅଞ୍ଚଳକୁ ଯିବେ, ଯଦିଓ ସେମାନଙ୍କ ଘର ତିଆରି ସରିନାହିଁ।

ଏକ ରିଏଲ ଇଷ୍ଟେଟ ଆକାର ଅନୁଯାୟୀ, ଜ୍ୟାକ୍‌ଲିନ୍‌ଙ୍କ ନୂଆ ଘର ପାଲି୍‌ ହିଲ୍‌ର ନାଭ୍ରୋଜ ବିଲ୍ଡିଂରେ ଅଛି । ଏହି ବିଲ୍ଡିଂର ସମସ୍ତ ଘର ୧୧୧୯ ବର୍ଗଫୁଟ ଏବଂ ୧୫୫୭ ବର୍ଗଫୁଟ କାର୍ପେଟ ଏରିଆରେ ତିଆରି। ସମସ୍ତ ଆପାର୍ଟମେଣ୍ଟ ୩ ବିଏଚ୍‌କେ ଏବଂ ୪ ବିଏଚ୍‌କେ। ଯାହାର ମୂଲ୍ୟ ୧୨ କୋଟ। ଘର ବ୍ୟତୀତ ଅନ୍ୟାନ୍ୟ ସୁବିଧା ବିଷୟରେ କହିବାକୁ ଗଲେ ଏକ କ୍ଲବ୍‌ ହାଉସ, ସୁଇମିଂ ପୁଲ ଏବଂ ଜିମ୍‌ ସୁବିଧା ମଧ୍ୟ ରହିଛି।

Share