ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଟଙ୍କା ଦାବି କରନ୍ତି ଜ୍ୟାକ୍‌ଲିନ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଏହି ଶ୍ରୀଲଙ୍କା ସୁନ୍ଦରୀ ଗୋଟିଏ ଫିଲ୍ମ କରିବା ପାଇଁ ୬ କୋଟିରୁ ଅଧିକ ଟଙ୍କା ଦାବି କରନ୍ତି। ସେ ଶ୍ରୀଲଙ୍କାର ଏକ ଏନ୍‌ଜିଓ ସହିତ ଜଡ଼ିତ ଅଛନ୍ତି। ଜ୍ୟାକ୍‌ଲିନ ସୁଇମିଂ, ଜିମ୍ନାଷ୍ଟିକ୍‌ ଏବଂ ଡ୍ୟାନ୍ସିଂରେ ବହୁତ ରୁଚି ରଖିଛନ୍ତି। ଧଳା ରଙ୍ଗ ହେଉଛି ତାଙ୍କର ସବୁଠୁ ପ୍ରିୟ ରଙ୍ଗ। ହିନ୍ଦୀ ଇଂରାଜୀ ବ୍ୟତୀତ ସେ ସ୍ପେନିଶି, ଫ୍ରାଞ୍ଚ ଏବଂ ଆରବୀ ଭାଷା ବି ଜାଣିଛନ୍ତି। ତାଙ୍କର ପ୍ରିୟ ସ୍ଥାନ ହେଲା ଇଟାଲୀ। ସେ ଇଟାଲୀ ଯିବାକୁ ବହୁତ ପସନ୍ଦ କରିଥାନ୍ତି। ପଶୁପକ୍ଷୀଙ୍କୁ ଜ୍ୟାକ୍‌ଲିନ ବହୁତ ଭଲ ପାଇଥାନ୍ତି। ସୁଇମିଂ କରିବା ତାଙ୍କର ପସନ୍ଦ। ଏପରିକି ସେ ଗୋଟିଏ ସପ୍ତାହରେ ୩/୪ଥର ସୁଇମିଂ କରିଥାନ୍ତି।

Share