‘ବିକ୍ରାନ୍ତ ରୋନା’ରେ ଜ୍ୟାକ୍‌ଲିନ୍‌ଙ୍କ ଧମାଲ, ୨୮ରେ ହେବ ରିଲିଜ୍‌

ସୁପର୍ଷ୍ଟାର କିଚ୍ଚା ସୁଦୀପଙ୍କ ଫିଲ୍ମ ‘ବିକ୍ରାନ୍ତ ରୋନା’ ଆସନ୍ତା ମାସ ୨୮ ତାରିଖରେ ରିଲିଜ୍‌ ହେବ । ଏହାର ଟ୍ରେଲର୍‌ ରିଲିଜ୍‌ ହୋଇ ଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମରେ ସୁଦୀପଙ୍କ ସହ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ସ୍କ୍ରିନ୍‌ ଶେୟାର କରିଛନ୍ତି। ନିର୍ଦ୍ଦେଶକ ଅନୁପ ଭଣ୍ଡାରୀ ଓ ସମସ୍ତ ଷ୍ଟାର୍‌ କାଷ୍ଟ ଟିମ୍‌ ବର୍ତ୍ତମାନ ଏବେ ଫିଲ୍ମ ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି । ଜ୍ୟାକ୍‌ଲିନ୍‌ ଗୀତ ‘ରା ରା ରକମ୍ମା’ରେ ନଜର ଆସିବେ।
ଜ୍ୟାକ୍‌ଲିନ୍‌ କହିଛନ୍ତି, ରକମ୍ମା ଗୀତର ଶୁଟିଂ ପାଇଁ ସେ ଯେତେବେଳେ ପହଞ୍ଚିଥିଲେ ବଡ ସେଟ୍‌ ଦେଖି ବହୁତ ଖୁସି ହୋଇ ଯାଇଥିଲେ। କିଚ୍ଚା ସୁଦୀପଙ୍କ ଭଳି ଜଣେ ସୁପର୍ଷ୍ଟାରଙ୍କ ସହ କାମ କରିବାର ଅନୁଭବ ତାଙ୍କ ପାଇଁ ବେଶ ସ୍ମରଣୀୟ । ଏହି ଟିମ୍‌ ସହ କାମ କରିବା ସେଲିବ୍ରେସନ ଭଳି ଥିଲା । କଠିନ ପରିଶ୍ରମ ସତ୍ତ୍ୱେ ସମସ୍ତଙ୍କ ମୁହଁରେ ଥିଲା ହସ । ‘ବିକ୍ରାନ୍ତ ରୋନା’ କନ୍ନଡ ତାମିଲ, ତେଲୁଗୁ, ମାଲାୟାଲମ ଓ ହିନ୍ଦୀ ସମେତ ଅନ୍ୟ ବିଦେଶୀ ଭାଷାରେ ମୁକ୍ତିଲାଭ କରିବ ।

Share