ମହାଠକ ସୁକେଶଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଉଠାଇନେଲେ ଜ୍ୟାକ୍‌ଲିନ୍‌

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମିକା ଥିବା କୁହାଯାଏ। ଏନେଇ ଜଣାପଡ଼ିବା ପରଠାରୁ ଅଭିନେତ୍ରୀ ଚର୍ଚ୍ଚାରେ ରହି ଆସୁଛନ୍ତି। ସୁକେଶ ଲଗାତର ଭାବେ ଚିଠି ପଠାଇ ଧମକ ଦେଉଥିବାରୁ ନିକଟରେ ଜ୍ୟାକ୍‌ଲିନ୍‌ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଏବେ ଏହି ମାମଲା ନୂଆ ମୋଡ଼ ନେଇଛି।

ଜ୍ୟାକ୍‌ଲିନ୍‌ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରାଙ୍କ ନିକଟରେ ସୁକେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏବେ ସେ ଏହି ଅଭିଯୋଗକୁ ଉଠାଇ ନେଇଛନ୍ତି। ଏପରିକି ତାଙ୍କ ସହ ଜଡ଼ିତ କୌଣସି ବି ଚିଠି ସର୍ବସମ୍ମୁଖକୁ ନିଆ ନ ଯାଉ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି। ଧମକ ମିଳୁଥିଲେ ହେଁ ଏଭଳି ତାଙ୍କର ୟୁଟର୍ନ ସମସ୍ତଙ୍କୁ ଚକିତ କରିଛି।

Share