ବିଦେଶ ଯିବାକୁ ଅନୁମତି ମାଗିଲେ ଜ୍ୟାକଲିନ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ ମନି ଲଣ୍ଡରିଂ ମାମଲାରେ ଆସିବା ପରେ ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଜ୍ୟାକଲିନ ଆବୁଧାବିରେ ଆୟୋଜିତ ହେବାକୁ ଥିବା ଆଇଫା ପୁରସ୍କାରରେ ଯୋଗଦେବେ। ଏଥିପାଇଁ ସେ ୧୫ ଦିନ ବିଦେଶ ଯାତ୍ରା ପାଇଁ ଅନୁମତି ମାଗି ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି।

ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନଙ୍କ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି। ତାଙ୍କ ନାଁରେ ଏହି ଠକେଇ ଅଭିଯୋଗ ଆସିବା ପରେ ଜ୍ୟାକ୍‌ଲିନଙ୍କ ୭ କୋଟି ଟଙ୍କା ଜବତ କରିଥିଲା ଇଡି। ଏହି ମାମଲାର ତଦନ୍ତ ଚାଲିଥିବାବେଳେ ଜ୍ୟାକଲିନଙ୍କ ବିରୋଧରେ ଏକ ଲୁକ ଆଉଟ ନୋଟିସ୍‌ ଜାରି କରି ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ମାମଲା ହେତୁ ଗତ ବର୍ଷ ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକାଇ ଦିଆଯାଇଥିଲା। ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ବହୁତ ମହଙ୍ଗା ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ବୋଲି କୁହାଯାଉଛି।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଶ୍ରୀଲଙ୍କାର କଲମ୍ବୋରୁ ଆସିଛନ୍ତି। ସେ ଶ୍ରୀଲଙ୍କାରୁ ଭାରତ ଆସି ବଲିଉଡରେ ଏକ ବଡ଼ ପରିଚୟ ସୃଷ୍ଟି କରିଛନ୍ତି। ବଲିଉଡର ବଡ ବ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କ ନାଁ ଗଣାଯାଏ ।

Share