ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର ହେଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ,୨୦।୧୨: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ୍‌ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଇକୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାରେ ମଙ୍ଗଳବାର ପୁଣି କୋର୍ଟରେ ଶୁଣାଣି ହେବ। ଏହାପୂର୍ବରୁ ଡିସେମ୍ବର ୧୨ରେ ସ୍ବତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକଙ୍କ କୋର୍ଟରେ ଏହି ମାମଲାକୁ ନେଇ ବିତର୍କ ହୋଇଥିଲା। ଏହାପରେ ଶୁଣାଣି ଡିସେମ୍ବର ୨୦କୁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତବାନ ମନି ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।

Share