ଦଶହରାରେ କର୍ମଚାରୀଙ୍କୁ କାର୍‌ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କେବଳ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କ ଉଦାରତା ପାଇଁ ମଧ୍ୟ ଜଣାଶୁଣା। ସେ ଦଶହରା ଉପଲକ୍ଷେ ତାଙ୍କ କର୍ମଚାରୀଙ୍କୁ ଏକ କାର ଉପହାର ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କାରର ଚାବି କର୍ମଚାରୀଙ୍କୁ ଦେଉଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଜ୍ୟାକଲିନଙ୍କ ଏହି ଉତ୍ତମ କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ଦଶହରାର ଶୁଭ ଅବସରରେ ଜ୍ୟାକଲିନ ବଲିଉଡ ଡେବ୍ୟୁ ପରଠାରୁ ତାଙ୍କ ସହ ଥିବା ଜଣେ କର୍ମଚାରୀଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲେ। ଜ୍ୟାକଲିନ ଶୁଟିଂ କରୁଥିବା ସମୟରେ କାରଟି ସମ୍ପୃକ୍ତ କର୍ମଚାରୀଙ୍କୁ ଉପହାର ଦିଆଯାଇଥିଲା। କାର୍‌ ଚାବି ଦେବାବେଳେ ଜ୍ୟାକଲିନ ଟ୍ରାଫିକ ପୋଲିସ ଇନ୍ସପେକ୍ଟରଙ୍କ ୟୁନିଫର୍ମ ପିନ୍ଧିଥିଲେ। ଏହାସହ ମିଠା ଏବଂ ପୂଜାପାଠ ସାମଗ୍ରୀ ସହିତ ସୁସଜ୍ଜିତ ଏକ ଥାଳି ସେ ଧରିଥିଲେ। କର୍ମଚାରୀଙ୍କୁ କାର ହସ୍ତାନ୍ତର କରିବା ସମୟରେ ଏକ ନଡ଼ିଆ ମଧ୍ୟ ଭଙ୍ଗା ଯାଇଥିଲା। ପୂର୍ବରୁ ଜ୍ୟାକଲିନ ତାଙ୍କ ମେକଅପ ଆର୍ଟିଷ୍ଟଙ୍କୁ ଏକ କାର୍‌ ଉପହାର ଦେଇଥିଲେ।

Share