ମିଛ କହି ଧରାପଡ଼ିଲେ

ମୁମ୍ବାଇ: ପୁଣି ବିବାଦରେ ଫସିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌। ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ନାଁ ନେଇ ମିଛ କହୁଥିବା ବେଳେ ସେ ଧରାପଡ଼ିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ମିଛ ଧରିଛି। ଫଳରେ ସେ ବିଦେଶ ଯିବା ପାଇଁ କରିଥିବା ଆବେଦନକୁ ଇଡି ବିରୋଧ କରିଥିବା ଜଣାପଡ଼ିଛି।

ମନି ଲଣ୍ଡରିଂ ମାମଲାରେ ଫସିଥିବା ଜ୍ୟାକ୍‌ଲିନ୍‌ ବିଦେଶ ଯିବାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ତଦନ୍ତ ବେଳେ ଜ୍ୟାକ୍‌ଲିନ ବିଦେଶ ଯିବା ପାଇଁ ମିଛ କହିଥିବା ନେଇ ଇଡି ଖୁଲାସା କରିଛି। ସଲମାନଙ୍କ ସହ ନେପାଳ ଟୁର୍‌ ପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିପାଇଁ ନେପାଳ ଯିବାକୁ ସେ ଚାହୁଁଥିବା ଅଭିନେତ୍ରୀ କହିଥିଲେ। ତେବେ ଯାଞ୍ଚ ପରେ ତାଙ୍କର ମିଛ ଧରାପଡିଛି। ସେ ଦବଙ୍ଗ ଟୁର୍‌ରେ ଯିବାର ନ ଥିବା ଜଣାପଡ଼ିଛି। ଏହି ମିଛ ଇଡି ସାମ୍ନାକୁ ଆସିବା ପରେ କୋର୍ଟରେ ଦେଇଥିବା ଆବେଦନକୁ ସେ ଫେରାଇ ନେବାକୁ ବାଧ୍ୟ ହୋଇଛନ୍ତି।

Share